Masthead

ଝାରସୁଗୁଡ଼ାରେ ଦମ୍ ଦେଖାଇଲା ବିଜେଡି

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଦେଖାଇଛି ଦମ୍ । ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ୪୮ହଜାରରୁ ଅଧିକ ଭୋଟରେ ବିଜୟୀ ହେବା ପରେ ବିଜେଡି ଶିବିରରେ ଲାଗି ରହିଛି ଉତ୍ସାହ । ସେପଟେ ନବ ନିର୍ବାଚିତ ବିଜେଡି ପ୍ରାର୍ଥୀ ଦୀପାଲି କହିଛନ୍ତି ଝାରସୁଗୁଡ଼ାର ପ୍ରଗତିକୁ ଆଉ କେହି ଅଟକାଇ ପାରିବେନି । ବିଜୟ ପରେ ନବ ନିର୍ବାଚିତ ବିଜେଡି ପ୍ରାର୍ଥୀ ଦୀପାଲି ଦାସ ବାପା ସ୍ୱର୍ଗତ ନବ ଦାସଙ୍କ ଆଶିଷ ଭିକ୍ଷା କରୁଛନ୍ତି । ଧୂପଦୀପ ଦେଇ ସ୍ମରଣ କରିଛନ୍ତି ସ୍ୱର୍ଗବାସୀ ବାପାଙ୍କୁ । ପରେ କହିଛନ୍ତି ପ୍ରଗତିପୁରଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଆସିଥିଲେ । ସାଧାରଣ ଲୋକମାନେ ତାଙ୍କୁ ଆଶୀର୍ବାଦ କରିଛନ୍ତି । ଝାରସୁଗୁଡ଼ାର ବିକାଶକୁ ଆଉ କେହି ଅଟକାଇ ପାରିବେନି । ତେବେ ସେ ବିଜୟର ଶ୍ରେୟ ତାଙ୍କ ବାପା ନବ ଦାସଙ୍କୁ ଦେଇଛନ୍ତି । ବିଜେଡି ଶିବିରରେ ଉତ୍ସାହର ମାହୋଲ । ଚାଲିଛି ନାଚ । ନାରାବାଜିରେ କମ୍ପୁଛି ଝାରସୁଗୁଡ଼ା । ଫୁଟୁଛି ବାଣ । କର୍ମୀଙ୍କ ଖୁସି କହିଲେ ନସରେ । ତାଙ୍କ ପ୍ରିୟ ନେତ୍ରୀ ବିଧାୟକଭାବେ ହୋଇଛନ୍ତି ନିର୍ବାଚନ । ଝାରସୁଗୁଡ଼ାର ହେବ ପ୍ରଗତି । ଏଭଳି ଅନେକ ଆଶା ରଖିଛନ୍ତି କର୍ମୀ । ଝାରସୁଗୁଡ଼ା ବିଜେଡି ଶିବିରରେ ଉତ୍ସାହ ଲାଗିରହିଥିବା ବେଳେ କଂଗ୍ରେସ ଓ ବିଜେପି ଶିବିରରେ ଖେଳିଯାଇଛି ନୈରାଶ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ