Masthead

ପ୍ରକାଶ ପାଇଲା ଆଇସିଏସଇ, ଆଇଏସସି ରେଜଲ୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ଆଇସିଏସଇ, ଆଇଏସସି ରେଜଲ୍ଟ । ଉଭୟ ଦଶମ ଓ ଦ୍ୱାଦଶ ପିଲାଙ୍କ ରେଜଲ୍ଟ ପ୍ରକାଶ ପାଇଛି । ଦଶମରେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ । ୯୯.୪ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ସେହିପରି ଆଇଏସସି ଦ୍ୱାଦଶରେ ଟପ୍ପର ହୋଇଛନ୍ତି ଦିଶା ଗୋଏଲ । ସେ ରଖିଛନ୍ତି ୯୮.୨୬ପ୍ରତିଶତ ମାର୍କ । ଆସିଏସଇ ଦଶମରେ ୯ ଜଣ ପରୀକ୍ଷାର୍ଥୀ ୯୯.୮% ମାର୍କ ରଖି ଟପ୍ପର ହୋଇଛନ୍ତି । ସେହିପରି ଆଇଏସସି ଦ୍ୱାଦଶରେ ୫ ପରୀକ୍ଷାର୍ଥୀ ୯୯.୭୫ ପ୍ରତିଶତ ମାର୍କ ରଖିଛନ୍ତି । ଛାତ୍ରଛାତ୍ରୀମାନେ cisce.org ଓ results.cisce.org ସାଇଟରେ ରେଜଲ୍ଟ ଦେଖିପାରିବେ । ଡିଜିଲକର ଓ ଏସଏମଏସ ଜରିଆରେ ମଧ୍ୟ ରେଜଲ୍ଟ ଜାଣି ହେବ । ଏ ବର୍ଷ ପ୍ରାୟ ୨ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଥିଲେ। ଆଇସିଏସଇ ଦଶମରେ ପାସ୍ ହାର ୯୮.୯୪% ରହିଛି। ସେହିପରି ଆଇଏସସି ଦ୍ୱାଦଶରେ ପାସ୍ ହାର ୯୬.୯୩% ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି