Masthead

ବାଚସ୍ପତି ଦୌଡ଼ରେ ପ୍ରଫୁଲ୍ଲ, ଦେବୀ-ଶଶୀ ଅନିଚ୍ଛୁକ

ବାଚସ୍ପତି  (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଧାନସଭାରେ ଏବେ କେହି ବାଚସ୍ପତି ନାହାନ୍ତି । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଛି । ଖୁବଶୀଘ୍ର ଏହି ପଦବୀ ପୂରଣ ହେବ । ତେଣୁ ସମ୍ଭାବ୍ୟ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଏ ହେବେ ବିଧାନସଭାର ନୂଆ ବାଚସ୍ପତି? ଯାହା ସୂଚନା ମିଳୁଛି ଉପକୂଳ ଓଡ଼ିଶାରୁ ଜଣଙ୍କୁ ନୂଆ ବାଚସ୍ପତି ପଦବୀ ମିଳିପାରେ । ଅନେକ ବରିଷ୍ଠ ନେତା ବାଚସ୍ପତି ହେବାକୁ ଇଚ୍ଛୁକ ନୁହନ୍ତି । ବରଂ ସେମାନେ ମନ୍ତ୍ରୀପଦ ଚାହୁଁଛନ୍ତି । ପୁଣି ନିର୍ବାଚନ ମୁଣ୍ଡ ଉପରେ । ବାଚସ୍ପତି ହେଲେ କୌଣସି ଦଳୀୟ ସଭାସମିତିରେ ବି ଯୋଗଦେଇହେବ ନାହିଁ । କିମ୍ବା ସଂଗଠନକୁ ସମୟ ଦେଇହେବ ନାହିଁ ।

ଏଭଳି ସ୍ଥିତିରେ କେଉଁ ବରିଷ୍ଠ ବିଧାୟକ ବାଚସ୍ପତି ହେବେ ତାକୁ ନେଇ ଚର୍ଚ୍ଚା ବଢିବା ସ୍ୱାଭାବିକ । ବିଶେଷକରି, ଯିଏ ୨୦୨୪ରେ ନିର୍ବାଚନ ଲଢିବାର ସମ୍ଭାବନା କମ୍ ଥିବ ସେଭଳି ନେତା ବାଚସ୍ପତି ହେବା ସମ୍ଭାବନା ବେଶି । ସେହି ହିସାବରେ ରେସରେ ସବୁଠୁ ଆଗରେ ଅଛନ୍ତି ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । ଦୀର୍ଘ ବର୍ଷର ଅଭିଜ୍ଞତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିରୋଧୀ ଦଳ ନେତା ଭଳି ଅନେକ ଦୃଷ୍ଟିକୋଣରୁ ତାଙ୍କୁ ବାଚସ୍ପତି ଭାବେ ସବୁଠୁ ଉପଯୁକ୍ତ ବୋଲି ଗ୍ରହଣ କରାଯାଉଛି । ଭଦ୍ରକ ଜିଲ୍ଲାରୁ କେହି ମନ୍ତ୍ରୀ ବି ନାହାନ୍ତି । ତେଣୁ ପ୍ରଫୁଲ୍ଲଙ୍କୁ ବାଚସ୍ପତି ପଦର ପ୍ରମୁଖ ଦାବିଦାର ବୋଲି କୁହାଯାଉଛି ।

ପୁଣି ସେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ସେପଟେ ପ୍ରଫୁଲ୍ଲଙ୍କ ବାଦ୍ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ସେହିଭଳି ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ବଡଚଣା ବିଧାୟକ ଅମର ଶତପଥୀ ପ୍ରମୁଖଙ୍କ ନାଁକୁ ନେଇ ବି ଚର୍ଚ୍ଚା ରହିଛି । ହେଲେ ଏମାନେ ନିର୍ବାଚନର ଠିକ୍ ପୂର୍ବରୁ ଏବି ପଦବୀ ଲାଗି ଆଗ୍ରହୀ ନ ଥିବା ଶୁଣିବାକୁ ମିଳୁଛି । ଦଳର ସୁପ୍ରିମୋଙ୍କ ନିଷ୍ପତି ଉପରେ ସବୁ ନିର୍ଭର କରେ ବୋଲି କହିଛନ୍ତି ଶଶୀ ଓ ଦେବୀ । ସେପଟେ ବାଚସ୍ପତି ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।

ବାଚସ୍ପତି ଭଳି ନିରପେକ୍ଷ, ଗୁରୁତ୍ୱପୂର୍ଣ୍ଣ ଓ ସାମ୍ବିଧାନିକ ପଦବୀକୁ ବିଜେଡି ଥଇଥାନ ପାଇଁ ବ୍ୟବହାର କରୁଥିବା ଅଭିଯୋଗ କରିଛି ଉଭୟ ବିଜେପି ଓ କଂଗ୍ରେସ । ବାରମ୍ବାର ବାଚସ୍ପତି ପରିବର୍ତନ ଗୃହ ପରିଚାଳନା ଉପରେ ପକାଉଥିବା ଅଭିଯୋଗ ହୋଇଛି । ନୂଆ ବାଚସ୍ପତି ନିର୍ବାଚନ ପାଇଁ ଖୁବଶୀଘ୍ର ଆରମ୍ଭ ହୋଇପାରେ ପ୍ରକ୍ରିୟା । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡିର ମନୋନୀତ ପ୍ରାର୍ଥୀ ବାଚସ୍ପତି ହେବା ନିଶ୍ଚିତ । ତେଣୁ ସବୁ ନିର୍ଭର କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତି ଉପରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍