ଖସୁଛି କରୋନା ଗ୍ରାଫ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ

ଭୂବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଖସୁଛି କରୋନା ଗ୍ରାଫ । ଅକ୍ଟୋବାର ଆରମ୍ଭରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଜୁଲାଇ ପରଠାରୁ ରାଜ୍ୟରେ ଦୈଦିକ ୪ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ତାହା ଅଢେଇ ହଜାର ପାଖାପାଖି ରହୁଛି । ଆଜି ରଜ୍ୟରେ ରାଜ୍ୟରେ ୨୬୦୪ ନୂଆ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୧୧ଜଣ କ୍ୱାରେଣ୍ଟାଇନରୁ ଥିବା ବେଳେ ୧୦୯୩ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଆଜି ଖୋର୍ଦ୍ଦା ଜିଲ୍ଲାରୁ ସର୍ବାଧିକ ୩୮୫ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ ଅନୁଗୁଳରୁ ୨୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି । ସେହିପରି କଟକରୁ ୨୦୯ଜଣ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ୱରରୁ ୧୬୪, ବରଗଡ଼ରୁ୯୦, ଭଦ୍ରକରୁ୫୦, ବଲାଙ୍ଗୀରରୁ ୬୪, ବୌଦ୍ଧରୁ ୩୧, ଦେବଗଡ଼ ୧୩, ଢେଙ୍କାନାଳ ୩୩, ଗଜପତି ୮, ଗଞ୍ଜାମ ୨୯, ଜଗତସିଂହପୁର ୮୪, ଯାଜପୁର ୧୧୩, ଝାରସୁଗୁଡ଼ା ୮୪, କଳାହାଣ୍ଡି ୭୬, କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୭୦ , କେନ୍ଦୁଝର ୫୧, କୋରାପୁଟ ୩୧, ମାଲକାନଗିରି ୫୭, ମୟୂରଭଞ୍ଜ ୧୨୨, ନବରଙ୍ଗପୁର ୬୦ , ନୟାଗଡ଼ ୩୫, ନୁଆପଡ଼ା ୯୫, ପୁରୀ ୪୯, ରାୟଗଡ଼ା ୨୧, ସମ୍ବଲପୁର ୪୯, ସୋନପୁର ୪୪, ସୁନ୍ଦରଗଡରୁ ୧୮୬ ଓ ଷ୍ଟେଟ୍ ପୁଲରୁ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ସୁଧାର ଆସିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨,୫୯,୫୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨,୩୨,୯୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତାମାନ ସୁଦ୍ଧା ୨୫୪୨୮ଜଣ ଚିକିତ୍ସାଧୀନ ଅଛନ୍ତି ।

ଆକ୍ରାନ୍ତଙ୍କ ସଂଖ୍ୟାରେ ସୁଧାର ଆସିଥିବେ ବେଳେ ମୃତକଙ୍କ ସଂଖ୍ୟାରେ କିନ୍ତୁ ସୁଧାର ଆସିପାରିନାହିଁ । କରୋନା କାରଣରୁ ଆଜି ପୁଣି ୧୫ଜଣଙ୍କ ପ୍ରାଣ ଯାଇଛି ।ଏହାକୁ ମିଶାଇ ରାଜ୍ୟରେ ୧୦୭୨ଜଣଙ୍କ ଜୀବନ ନେଲାଣି ମହାମରୀ କରୋନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!