Masthead

ସହିଦଙ୍କୁ ସମ୍ମାନ ଦାବିରେ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସହିଦଙ୍କୁ ଉଚିତ ରାଷ୍ଟ୍ରୀୟ ସମ୍ମାନ ଓ ଜନନାୟକ ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରନ୍ନ’ ସମ୍ମାନରେ ସମ୍ମାନିତ କରିବା ଦାବିରେ ମଙ୍ଗଳବାର ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିଛନ୍ତି । ପଦଯାତ୍ରାରେ ବିପ୍ଲବୀ ବୀରଙ୍କ ପ୍ରତିମା ଧରି ରାଉରକେଲାରୁ ବାହାରିଛନ୍ତି । ଭାରତର ସ୍ୱାଧୀନତା ଇତିହାସରେ ମହାନ ଦେଶଭକ୍ତ ବିପ୍ଲବୀ ବୀରଙ୍କ ଗାଥା ଲିପିବଦ୍ଧ ହୋଇ ରହିଛି ।

ବିପ୍ଲବୀ ବୀରମାନେ ସ୍ୱାଧୀନତା ସଂଗ୍ରାମରେ ଦେଶପାଇଁ ନିଜ ଜୀବନକୁ ଉସôର୍ଗ କରିଥିବାବେଳେ ଭାରତ ସ୍ୱାଧୀନ ହେବାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଉଚିତ୍ ସମ୍ମାନ ପାଇବାରୁ ବଂଚିତ ହୋଇରହିଛନ୍ତି । ସେମାନଙ୍କ ତ୍ୟାଗ ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହୋଇ ରହିଥିôବା ବେଳେ ଦୀର୍ଘ ୭୫ ବର୍ଷ ମଧ୍ୟରେ କେନ୍ଦ୍ରରେ ଥିବା ସରକାରଙ୍କର ଆନ୍ତରିକତା ଅଭାବ ପାଇଁ ବୀର ପ୍ରତିମାଙ୍କ ଗରିମାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଭଗତ ସିଂ, ରାଜଗୁରୁ, ଶୁକଦେବ, ଚନ୍ଦ୍ରଶେଖର ଆଜାଦ, ଆସପାକ୍ଉଲ୍ଲା ଖାନ, ବାଜି ରାଉତ, ଖୁଦିରାମ ବୋଷ ପ୍ରମୁଖଙ୍କୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ନାୟକ ରୂପେ ଘୋଷଣା କରିବାକୁ ଦାବି କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ