Masthead

ଉପାନ୍ତ ଅଞ୍ଚଳରୁ ଓଇଏସ ପାଇଲେ ଆଦିବାସୀ

ରାଇଘର(ବଡ଼ ଖବର ବ୍ୟୁରୋ):  ଉପାନ୍ତ ଅଞ୍ଚଳରୁ ଓଇଏସ ପାଇଲେ ରସ୍ମିତା ଓ ରାଜେଶ । ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଇଘର ଏବଂ ଝରିଗାଁରୁ ଯୁବତୀ ଓ ଯୁବକ ଦୁହେଁ ପ୍ରଥମ ଚେଷ୍ଟାରେ ଓଇଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ରାଇଘର ଅଂଚଳର ରସ୍ମିତା ନେତାମ ଏବଂ ଝରିଗାଁ ଅଂଚଳର ରାଜେଶ ସମର୍ଥ ଚଳିତ ବର୍ଷର ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଆୟୋଜିତ ଓଇଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ରସ୍ମିତା ଗ୍ରୁପ – ବି ର ୧୩୯ ନମ୍ବର ର୍ୟାଙ୍କରେ କୃତକାର୍ୟ୍ୟ ହୋଇଥିବା ବେଳେ ରାଜେଶ ସମର୍ଥ ୧୧୬ ନମ୍ବର ର୍ୟାଙ୍କରେ କୃତକାର୍ୟ୍ୟ ହୋଇଛନ୍ତି ।

ଦୁହେଁ ଆଦର୍ଶ ବିଦ୍ୟାଳୟରେ କାର୍ୟ୍ୟରତ ରହିଥିବା ବେଳେ ଶିକ୍ଷକତା କରିବା ସହ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ରେ ଭାଗ ନେଉଥିଲେ । ଶିକ୍ଷକତା କାର୍ୟ୍ୟ ପରେ ଉଭୟ ରସ୍ମିତା ଓ ରାଜେଶ ପ୍ରତିଦିନ ୪ ରୁ ୫ ଘଣ୍ଟା ପରିଶ୍ରମ କରୁଥିଲେ । ରାଇଘର ଏବଂ ଝରିଗାଁ ଭଳି ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ଅଞ୍ଚଳର ଏହି ଦୁହେଁ ଓ.ଇ.ଏସ. ପରୀକ୍ଷାରେ ସଫଳ ହୋଇ ଅଞ୍ଚଳବାସୀଙ୍କ ପାଇଁ ଏକ ଉଦହରଣ ପାଲଟିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବାପା ଓ ମାଙ୍କ ସମେତ ସମସ୍ତ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଥିବା ବେଳେ ନବରଙ୍ଗପୁର ଅଞ୍ଚଳ ବାସୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!