Masthead

ନ୍ୟାୟ ମାଗୁଛି ନାବାଳିକା

ରେଙ୍ଗାଲୀ (ବଡ଼ ଖବର ବ୍ୟୁରୋ): ଦୁହେଁ ନାବଳକ । ଖେଳିବା ବୁଲିବା ବୟସରେ ପ୍ରେମ । ପୁଣି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ଏବେ ଗର୍ଭବତୀ ପ୍ରେମିକା ମାଗୁଛି ନ୍ୟାୟ । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଳକ କତରବଗା ଥାନା ଥପାପାଲି ଅଞ୍ଚଳରୁ । ଥପାପାଲି ଗାଁର ଜଣେ ନାବାଳିକାଙ୍କ ସହ ବନ୍ଧଟିକ୍ରା ଗାଁର ଜଣେ ନାବାଳକଙ୍କ ମଧ୍ୟରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।

ଦୀର୍ଘଦିନ ହେବ ଉଭଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ । ନାବାଳିକ ଜଣକ ଏବେ ଗର୍ଭବତୀ । ଲଜ୍ଜାରୁ ମୁକ୍ତି ପାଇବା ଲାଗି ବିବାହ କରିବା ଲାଗି ପ୍ରେମିକା ଦେଇଥିବା ପ୍ରସ୍ତାବ ଗ୍ରହଣ କରିନାହିଁ ନାବାଳକ ପ୍ରେମିକ । ବିବାହ ବୟସ ହୋଇନାହିଁ କହି ପ୍ରେମିକାଙ୍କୁ ଫାଙ୍କି ଦେବାକୁ ବସିଛି ପ୍ରେମିକ । ପ୍ରେମିକଙ୍କ ପରିବାରକୁ ପ୍ରେମିକାଙ୍କ ପରିବାର ବିନତି କରିଥିଲେ ମଧ୍ୟ ସେମାନେ ଶୁଣିବାକୁ ନାରାଜ । ଶେଷରେ କିଛି ଉପାୟ ନପାଇ ନାବାଳିକାଙ୍କ ପରିବାର ନ୍ୟାୟ ଲାଗି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଉଭୟଙ୍କ ଡ଼ାକ୍ତରୀ ମାଇନା ଲାଗି ପଠାଯାଇଛି । ଅଭିଯୁକ୍ତ ନାବାଳକର ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି