Masthead

ଲୁଟେରାଙ୍କ ମାଧ୍ୟମ ୟୁଟ୍ୟୁବ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡ଼ିଆ , ବର୍ତ୍ତମାନ ଲୋକଙ୍କ ଜରିଆ ପାଲଟିଛି । ଖବରଠାରୁ ମନୋରଞ୍ଜନ, ଶିକ୍ଷା ଓ ପାରିପାରିର୍ଶୀକ ଖବର ଗୋଟେ ଚୁଟକିରେ ହାତ ପାଖରେ । ପିଲାଠାରୁ ବୁଢ଼ା ସମସ୍ତେ ସକାଳୁ ଉଠିବା ପରଠାରୁ ରାତିରେ ଶୋଇବା ପର୍ୟ୍ୟନ୍ତ ସୋସିଆଲ ମିଡ଼ିଆରେ ଅବଗତ ଥାଆନ୍ତି , ସେ ୟୁଟ୍ୟୁବ୍ ହେଉ କି ଫେସବୁକ୍ ହେଉ ।

କିନ୍ତୁ ବର୍ତ୍ତମାନ ସାଧାରଣ ଲୋକ ଲୁଟେରା ପାଲଟିଛନ୍ତି ଏହି ୟୁଟ୍ୟୁବ୍ ମାଧ୍ୟମରେ। ଆମେ କହୁନୁ ୟୁଟ୍ୟୁବ୍ ଯେ ଖାଲି ଲୁଟେରା ମାନଙ୍କ ଲୁଟ୍ ପାଇଁ ବ୍ୟବହାର ପାଇଁ ଉପୋଯୋଗୀ କିଛି ଶିକ୍ଷଣୀୟ ଜିନିଷ ମଧ୍ୟ ୟୁଟ୍ୟୁବ୍ ଜରିଆରେ ଲୋକେ ଜାଣି ବାକୁ ପାଇଥାନ୍ତି ।
ଗତ ଦୁଇ ଦିନ ରେ ଦୁଇ ଟି (ଏ ଟି ଏମ୍ )ରୁ ହୋଇଛି ଲୁଟ୍ । ସେ ପୁଣି ଅତ୍ୟାଧୁନିକ ପ୍ରଣାଳୀରେ । ସୂଚନା ଅନୁସାରେ ଭୁବନେଶ୍ୱର ପଟିଆ ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଏଟିଏମ୍ ଓ କଟକରେ ଥିବା ଏକ ଏଟିଏମ୍ ରୁ ହୋଇଛି ଲୁଟ୍ । କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁସାରେ ଲୁଟେରା ମାନେ ଗ୍ୟାସ କଟର ସାହାର୍ଯ୍ୟରେ କରୁଥିଲେ ଲୁଟ୍ । ପୁରା ସମାନ ଢଙ୍ଗରେ ଦୁଇଟି ସହରର ଦୁଇଟି (ଏ ଟି ଏମ୍ ) ରୁ ହୋଇଛି ଲୁଟ୍ ।

ପୋଲିସ୍ ସୂଚନା ଅନୁସାରେ ଲୁଟେରାମାନେ ୟୁଟ୍ୟୁବ୍ ମାଧ୍ୟମରେ ଶିଖିନ୍ତି ଲୁଟ୍ ର ପ୍ରଣାଳୀ । ତାପରେ କରନ୍ତି ଏଟିଏମ୍ ଲୁଟ୍ । ଖାଲି ଏଟିଏମ୍ ନୁହେଁ ବ୍ୟାଙ୍କ୍ ରୋବାରି ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ରାଜଧାନୀ ଭୁବନେଶ୍ଵରର ଦୁଇଟି ବ୍ୟାଙ୍କ୍ ଚୋରି କରିଥିବା ଅପରାଧୀ ମଧ୍ୟ ତାର ବୟାନରେ ପୋଲିସକୁ ସୂଚନା ଦେଇଥିବା ଜଣା ପଡ଼ିଛି । ତେଣୁ ୟାଉପରେ ମଧ୍ୟ କିଛି କଟକଣା ଲଗେଇବା ପାଇଁ ଏବେ ଜନଚର୍ଚ୍ଚା ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ