Masthead

ଦ୍ୱିତୀୟ କ୍ୱାଲିଫାୟରରେ ଗୁଜୁରାଟକୁ ଭେଟିବ ମୁମ୍ବାଇ

ଅହମଦାବାଦ (ବଡ଼ ଖବର ବ୍ୟୁରୋ): ଆଇପିଏଲ ମ୍ୟାଚର ଆଜି ଦ୍ୱିତୀୟ କ୍ୱାଲିଫାୟର । ମୁହାଁମୁହିଁ ହେବେ ମୁୁମ୍ବାଇ-ଗୁଜୁରାଟ । ଇଣ୍ଡିଆନ ପ୍ରିମିୟର୍‌ ଲିଗ୍‌(ଆଇପିଏଲ)ର କ୍ୱାଲିଫାୟର-୨ରେ ପରସ୍ପରକୁ ଭେଟିବେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଏଲିମିନେଟରେ ଆକାଶ ମାଧୱାଲଙ୍କ ଜବରଦସ୍ତ ବୋଲିଂ ପ୍ରଦର୍ଶନ ବଳରେ ଲକ୍ଷ୍ନୌକୁ ୮୧ ରନ୍‌ରେ ପରାସ୍ତ କରି କ୍ୱାଲିଫାୟର-୨ରେ ପହଞ୍ଚିଛି ମୁମ୍ବାଇ। ବିଶ୍ୱର ସର୍ବବୃହତ୍‌ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ପରସ୍ପର ସମ୍ମୁଖୀନ ହେବେ। ରାତି ସାଢେ ୭ଟାରେ ଖେଳାଯିବ ଏହି ମ୍ୟାଚ।

ପୁର୍ବରୁ ଉଭୟ ଦଳ ପରସ୍ପର ସହ ଦୁଇଥର ଭେଟାଭେଟି ହୋଇଥିଲା ବେଳେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ପ୍ରଥମ ମ୍ୟାଚରେ ଗୁଜୁରାଟ ୫୫ ରନରେ ବିଜୟୀ ହୋଇଥିବାବେଳେ ଦ୍ୱିତୀୟ ମୁହାଁମୁହିଁରେ ସୂର୍ଯ୍ୟକୁମାର ଯାଦକଙ୍କ ପ୍ରଥମ ଆଇପିଏଲ ଶତକ ସହାୟତାରେ ମୁମ୍ବାଇ ୧୭ ରନରେ ବିଜୟୀ ହୋଇଥିଲା । ଉଭୟ ଦଳ ମଧ୍ୟ ଚଳିତ ସଂସ୍କରଣରେ ପିଛା କରି ସର୍ବାଧିକ ଥର ଜିତିବାରେ ଶ୍ରେଷ୍ଠ ଦୁଇ ଦଳ ରହିଛନ୍ତି । ଉଭୟ ନ ଲେଖାଏଁ ମ୍ୟାଚରେ ଚେଜ୍ କରି ୬ ଲେଖାଏଁ ମ୍ୟାଚ ଜିତିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ