Masthead

ସାଜିଥିଲେ ନକଲି ପୋଲିସ, ବାନ୍ଧି ନେଲା ଅସଲି ପୋଲିସ

ବାରିପଦା (ବଡ଼ ଖବର ବ୍ୟୁରୋ):  ଦିନରେ ପରିବା ବାଲି ରାତିରେ ନକଲି ପୋଲିସ ହେଇ କରୁଥିଲେ ଚାନ୍ଦା ଆଦାୟ । ଆଉ ଶେଷରେ ଅସଲି ପୋଲିସ ଦ୍ଵାରା ବନ୍ଧା ହେଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ । ରାଇରଙ୍ଗପୁର ପୌରାଞ୍ଚଳ କୁଚେଇବୁଡି ଗ୍ରାମର ପ୍ରଭାତି ମହାନ୍ତ ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକରେ ପରିବା ଦୋକାନ ଚଳାନ୍ତି ।ପ୍ରଭାତି ପୋଲିସ ପୋଷାକରେ ନୂରୁଵାଦଡା ଗ୍ରାମର କାଳିପଦ ମହାନ୍ତଙ୍କ ଘରକୁ ଯାଇ ଏକ ହତ୍ୟା ମାମଲାରେ ତାଙ୍କ ପୁଅର ସଂପୃକ୍ତି ନେଇ ୨୦,୦୦୦ ଟଙ୍କା ଚାନ୍ଦା ମାଗୁଥିଲେ ।

ଚାନ୍ଦା ନଦେଲେ ରାଇରଙ୍ଗପୁର ଟାଉନ ଥାନାକୁ ଚାଲ ବୋଲି ପରିବାରକୁ ଧମକାଉଥିଲେ । ପାଟିତୁଣ୍ଡ ଶୁଣି ଗାଁ ଲୋକେ ସେଠାରେ ପହଁଚି ଥିଲେ । ପ୍ରତିଭାର କଥାବାର୍ତ୍ତା ଦେଖି ଗ୍ରାମବାସୀ ସନ୍ଦେହ କରି ଥାନାକୁ ଜଣାଇଥିଲେ । ପୋଲିସ ପହଞ୍ଚି ତଦନ୍ତ କରିବା ସହ ନକଲି ମହିଳା ପୋଲିସଙ୍କୁ ଧରି ଥାନାରେ ଅଟକ ରଖି ତଦନ୍ତ ପରେ ସତ ସମ୍ନନା କୁ ଆସିଥିଲା। ନକଲି ମହିଳା ପୋଲିସଙ୍କ ପାଖରୁ ସ୍କୁଟି,ମୋବାଇଲ, ପୋଲିସ ପୋଷାକ,ଜେଲର ଆର୍ମଡ ବେଚ, ବେଲଟ,ଜୋତା ଜବତ କରିଛି ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ