Masthead

ସତୀଗୁଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ୨ ନିଖୋଜ

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ସତୀଗୁଡା ଜଳ ଭଣ୍ଡାରରେ ଡଙ୍ଗା ବୁଡି ୨ ନିଖୋଜ। ମାଛ ଧରିବାକୁ ଦୁଇ ଜଣ ଦେଶୀ ଡଙ୍ଗାରେ ଡ୍ୟାମକୁ ଯାଇଥିବା ବେଳେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡଙ୍ଗାରେ ଥିବା ଦୁଇଜଣ ନିଖୋଜ ହୋଇଯାଇଛନ୍ତି । ଏମଭି-୧୧୨ ଗାଁ ର ଗୋବିନ୍ଦ ସର୍ଦ୍ଦାର ଏବଂ ଭିମାରାଙ୍ଗିଣି ଗାଁ ର ତୁଳଶା ମାଢି ଏବେବି ନିଖୋଜ ରହିଛନ୍ତି।

ସ୍ଥାନୀୟ ଲୋକ ପ୍ରଥମେ ଖୋଜା ଖୋଜି କରିବା ପରେ ନ ପାଇବାରୁ ମାଲକାନଗିରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପୋଟେ ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ କୋରାପୁଟରୁ ଏକ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ