Masthead

ଟିଟୋ ଗ୍ୟାଙ୍ଗର ଆଉଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡା ଟିଟୋ ଗ୍ୟାଙ୍ଗର ଆଉ ଜଣେ ଅପରାଧୀ ଆଜି ଗିରଫ ହୋଇଛି । କେନ୍ଦ୍ରାପଡା ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ରାଜାକୁ ଭଦ୍ରକରୁ ଗିରଫ କରାଯାଇଛି । ଏଷ୍ଟିଏଫ ଏବଂ ଭଦ୍ରକ ପୋଲିସର ମିଳିତ ଚଢ଼ାଉରେ ରାଜା ଧରାପଡିଛି । ପୋଲିସ ଉକ୍ତ ଚଢାଉରେ ତା ନିକଟରୁ ଏକ ଦେଶୀ ପିସ୍ତଲ, ଗୋଟିଏ ମୋବାଇଲ ଫୋନ, ଏକ ଟିଭିଏସ ଆପାଚି ମୋଟର ସାଇକେଲ ଏବଂ ଏକ ଆଧାର କାର୍ଡ ଜବତ କରିଛି । ସୂଚନା ମୁତାବକ, ରାଜା ଭଦ୍ରକ ପୁରୁଣା ବଜାର ଅଂଚଳରେ ରହୁଥିବାର ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବରପାଇବା ପରେ ଆଜି ଏଷ୍ଟିଫ ଏବଂ ଭଦ୍ରକ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା ।

ତେବେ ଖବର ପାଇ ରାଜା ଭଦ୍ରକ ରେଳ ଷ୍ଟେସନ ଦେଇ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାକୁ ଧରିଥିଲେ । ରାଜା ନାମରେ ଏକାଧିକ ଡକାୟତି ଏବଂ ହତ୍ୟା ଉଦ୍ୟମମାମଲା କେନ୍ଦ୍ରାପଡା, ଭଦ୍ରକ, ଢେଙ୍କାନାଳ ଆଦି ଜିଲ୍ଲାରେ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏଥିସହ ଗତ ୨୦୧୩ ମସିହାରେ ଭଦ୍ରକ ଗୁଜିଦରଡ଼ା ଅଞ୍ଚଳରେ ନିଜ ପରିବାରର ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ରହିଥିବା ମଧ୍ୟ ପୋଲିସ କହିଛି । ଏହି ଚଢ଼ାଉରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହିତ ଏଷ୍ଟିଫର ଅତିରିକ୍ତ ଏସପି ତେଜରା ପଟେଲ ଯୋଗ ଦେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼