Masthead

ଭୁଲିଗଲେ ମାନବିକତା, ଅସହାୟ ଯାତ୍ରୀଙ୍କ ପାଖରୁ ଲୁଟିନେଲେ ଟଙ୍କା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ବହାନଗାର ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତଦ୍ଦ କରିଦେଇଛି । ଯାତ୍ରୀଙ୍କ ଏହି ଦୁର୍ଦ୍ଦିନରେ ବହୁ ସଂସ୍ଥା ଓ ବ୍ୟକ୍ତି ବିଶେଷ ବଢାଇଛନ୍ତି ସହୋଯୋଗର ହାତ । ଦେଖାଇଛନ୍ତି ମାନବିକତାର ପରିଚୟ । ଆଉ କିଛି ଉଠାଉଛନ୍ତି ଫାଇଦା । ଭୁଲି ଯାଇଛନ୍ତି ମଣିଷପଣିଆ । ଦୁର୍ଘଟଣା ପରେ ମୃତାହତ ମାନଙ୍କୁ ଉଦ୍ଧାର କରିବା ଏକ ଚ୍ୟାଲେଞ୍ଜ ଥିଲା । ଯାହା ସରକାରୀ ସ୍ତରରେ ସାଧାରଣ ଲୋକଙ୍କ ସହଯୋଗରେ ସମ୍ଭବ ହୋଇଛି । ଯେଉଁମାନେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ସେମାନଙ୍କ ଘର ବାହୁଡ଼ାର କଷ୍ଟ ଅନୁଭବି ହିଁ ଜାଣିଛି । ଏହି ଯାତ୍ରୀଙ୍କ ପାଇଁ ଦେବଦୁତ ଭଳି ଠିଆ ହୋଇଥିଲା ବହୁ ଘରୋଇ ବସ ମାଲିକ । ଭଡ଼ା ଠାରୁ ବହୁତ କମରେ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥିଲେ । ଏହି ବସ ମାଲିକ ଓ କର୍ମଚାରୀମାନଙ୍କ ପ୍ରଶଂସା ଯେତେ କଲେ ମଧ୍ୟ କମ ହେବ ।

ଆଉ କଛି ବସ ମାଲିକ ଯାତ୍ରୀ ଭଡ଼ାକୁ ହଠାତ ଦୁଇ ଗୁଣ ବଢାଇ ଦେଇଛନ୍ତି । ଭୁବନେଶ୍ୱରରୁ କୋଲକାତା ଯଉଥିବା ନନଏସି ବସର ଟିକେଟ ମୂଲ୍ୟ ପୁର୍ବରୁ ୪୦୦ ଟଙ୍କା ଥିଲା । ବସ ମାଲିକମାନେ ୭୦୦ ଟଙ୍କା ଲେଖାଏଁ ଲୁଟି ଦେଇଥିଲେ । ସେହିପରି ଏସିବସ ର ଟିକେଟର ମୂଲ୍ୟ ୧୨୦୦ ଥିବାବେଳେ ଜବରଦସ୍ତ ଆଦାୟ କରିଥିଲେ ୨୫୦୦ ଟଙ୍କା । ମାନବିକତା ହୀନ ଏହି ବସ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ କେହି ସାହାସ କରିନାହାନ୍ତି । ସେହିପରି ଫ୍ଲାଇଟ ଅବସ୍ଥା । ଅନ୍ୟଦିନେ ଚେନ୍ନାଇରୁ ଭୁବନେଶ୍ୱର ବିମାନ ଭଡ଼ା ୮୦୦୦ ଥିବାବେଳ ହଠାତ ଏହା ୧୫୦୦୦ କୁ ବୃଦ୍ଧି ପାଇଛି । ସଦାବେଳେ ଲାଭ କରୁଥିବା ବସ ମାଲିକ ଓ ବିମାନ କମ୍ପାନି ଲୋକଙ୍କ ଦୁଃଖ ସମୟରେ ସହଯୋଗର ହାତ ବଢାଇଥିଲେ କେତେ ଟଙ୍କା ବା ସେମାନଙ୍କର କ୍ଷତି ହୋଇଯାଇଥାନ୍ତା । ଏସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ସରକାରଙ୍କ ଚୈତନ ଉଦ୍ୟୟ ହୋଇଛିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼