Masthead

ଯାତ୍ରୀଙ୍କ ସ୍ୱପ୍ନ ଓ ଭାବନାକୁ ଧରି ଧାଇଁଛି ସେର କିଙ୍ଗ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ସାଲିମାର ଷ୍ଟେସନରୁ ତାମିଲନାଡୁର ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନ ଅଭିମୁଖେ ବାହାରିଛି କରମଣ୍ଡଳ । ସେପଟେ ଭୟ, ଅପରପକ୍ଷରେ ପରିବାର ଚଳାଇବାର ଗୁରୁଦାୟିତ୍ୱକୁ ମୁଣ୍ଡାଇ ଯାତ୍ରୀମାନେ ଚଡିଥିଲେ କରମଣ୍ଡଳରେ । ଟ୍ରାକରେ କରମଣ୍ଡଳ । ଦୀର୍ଘ ୫ଦିନ ପରେ ଅପ୍ ଲାଇନରେ ଚେନ୍ନାଇ ଅଭିମୁଖେ ଦୌଡିଛି ସେର କିଙ୍ଗ କରମଣ୍ଡଳ । ଅପରାହ୍ନ ୩ଟା ୨୦ରେ ଛାଡିଥିଲା ସାଲିମାର । ଆଗପରି ଯାତ୍ରୀଙ୍କ ଭିଡ ନଥିଲା । ବେଗ ମଧ୍ୟ ଅଧିକ ନଥିଲା । ସଂଧ୍ୟା ୬ଟା ୩୨ ପରିବର୍ତ୍ତେ ୧ଘଣ୍ଟା ୨୦ ମିନଟ୍ ବିଳମ୍ବରେ ବାଲେଶ୍ୱରରେ ପହଞ୍ଚିଥିଲା କରମଣ୍ଡଳ । ବାଲେଶ୍ୱରରେ ରାତି ୭ଟା ୫୨ ମିନିଟ୍ରେ ପହଞ୍ôଚଥିଲା କରମଣ୍ଡଳ । ସେତେବେଳେକୁ ସବୁ ବଗିରେ ଖଚାଖଚ ଭିଡ଼ ହୋଇଯାଇଥିଲା । କିଛି ଯାତ୍ରୀ ଓହ୍ଲାଇଥିଲେ ।

ଆଉ କିଛି ଭଗବାନଙ୍କୁ ସୁମରଣା କରି ଚଢିଥିଲେ ।ରାତି ବଢୁଥାଏ । ଆଗକୁ ଆଗକୁ ମାଡି ଚାଲିଥାଏ କରମଣ୍ଡଳ । ବାହାନଗା ବଜାର ଷ୍ଟେସନ ପୂର୍ବରୁ ଅଟକିଗଲା ଟ୍ରେନ୍ । ସବୁଜ ସଙ୍କେତ ନମିଳିବାରୁ ଅଟକି ଗଲା କରମଣ୍ଡଳ । ପଣପଣାଠାରେ ଦୀର୍ଘ ସମୟ ଅଟକି ଗଲା କରମଣ୍ଡଳ । ଠିକ୍ ଏହି ସମୟରେ ଡାଇନ୍ ଲାଇନ୍ରେ ଅତିକ୍ରମ କରୁଥିଲା ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ । କରମଣ୍ଡଳ ୨ତାରିଖରେ ଏହାକୁ ଧକ୍କା ଦେଇ ଓଲଟି ପଡିଥିଲା । ଉଭୟ ଟ୍ରେନର ଗାର୍ଡ ଓ ଡ୍ରାଇଭର ପରସ୍ପରକୁ ସବୁଜ ପତାକା ଦେଖାଇଥିଲେ । ସମସ୍ତେ ପରସ୍ପରର ଶୁଭ ମନାସୀ ଥିଲେ । ଆଗକୁ ବଢିବା ପାଇଁ ଉତ୍ସାହ ଓ ସାହସ ଯୋଗାଇ ଦେଇଥିଲେ । ଚାଲିଗଲା ଯଶୱନ୍ତପୁର- ହାୱଡା । ଧୀର ଓ ମନ୍ଥର ଗତିରେ ଦୁଇ ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପରସ୍ପରକୁ ଅତିକ୍ରମ କଲେ ।

କରମଣ୍ଡଳ ଭଦ୍ରକରେ ପହଞ୍ଚିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ରାତି ୭ଟା ୩୮ ପରିବର୍ତ୍ତେ ୧୦ଟା ୪ ବାଜିଯାଇଥିଲା । ଜୀବନକୁ ଆଗକୁ ବଢାଇବାକୁ ଉଦାସ ମନରେ ଅପେକ୍ଷା କରିଥିବା ଯାତ୍ରୀମାନେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯିବା ପାଇଁ ଚଢିଥିଲେ । ଯାଜପୁର ରୋଡ ଷ୍ଟେସନରେ କରମଣ୍ଡଳ ପହଞ୍ଚିଲା ବେଳକୁ ରାତି ୩ଘଡି ହେଲାଣି । ୮ଟା ୧୧ ପରିବର୍ତ୍ତେ ପହଞ୍ଚିଥିଲା ୧୦ଟା ୪୦ରେ । ଆଗଭଳି ଷ୍ଟେସନରେ ଯାତ୍ରୀଙ୍କ ଭିଡ ନଥିଲା । ତଥାପି କିଛି ଯାତ୍ରୀ ଚଢିଥିଲେ । ୨ମିନିଟ୍ ରହଣୀ ପରେ ଆଗକୁ ବଢିବାକୁ କରମଣ୍ଡଳକୁ ମିଳିଥିଲା ସବୁଜ ସଙ୍କେତ । ଗଢିଛି କି ନାହିଁ ପୁଣି ଅଟକି ଯାଇଥିଲା ଟ୍ରେନ୍ । ୧୦ମିନିଟ ରହି ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଛାଡିଥିଲା କରଣ୍ଡଳ । ସେତେ ବେଳେକୁ ରାତି ପ୍ରାୟ ୧୧ ବାଜିସାରିଥିଲା । ନିର୍ଜନ ରାତିର ବୁକୁ ଚିରି ଆଗକୁ ଆଗକୁ ମାଡ ଚାଲିଥିଲା କରମଣ୍ଡଳ । ଶହ ଶହ ଯାତ୍ରୀଙ୍କ ଜୀବନ, ସ୍ୱପ୍ନ ଓ ଭାବନାକୁ ସାଥୀରେ ଧରି ଚେନ୍ନାଇ ସେଣ୍ଟ୍ରାଲ ଅଭିମୁଖେ ଧାଇଁଛି କରମଣ୍ଡଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼