Masthead

ଡାକ୍ତରଖାନା ବେଡ଼ରେ ପୁନର୍ମିଳନ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): କରମଣ୍ଡଳ ଦୁର୍ଘଟଣାର କାହାଣୀ ବହୁତ ଲମ୍ବା । ସରିବନି । ଏଭଳି ଏକ ଅସରନ୍ତି କାହାଣୀ ଏକ ନବ ଦମ୍ପତିଙ୍କର । ବିବାହର ୩ ଦିନ ପରେ ବାହାରିଥିଲେ ହନିମୁନରେ ବେଙ୍ଗାଲୁରୁ । ମାତ୍ର ବାହାନଗା ଦୁର୍ଘଟଣା ସେମାନଙ୍କୁ ଅଲଗା କରିଦେଲା । ହେଲପ ଲାଇନ୍ ନମ୍ବର ସେମାନଙ୍କୁ ଏକାଠି କରିଛି ସତ, ହେଲେ ଦୁହେଁ ଆହତ ।୩ ଦିନ ତଳେ ପଡିଥିଲା ହାତଗଣ୍ଠି। ବେଙ୍ଗାଲୁରୁ ହନିମୁନ୍ ପାଇଁ ଦୁହେଁ ସ୍ଥିର କରିଥିଲେ । ପରିବାର ପକ୍ଷରୁ ମିଳିଥିଲା ସବୁଜ ସଙ୍କେତ । ଦୁହେଁ ଥିଲେ ବେଶ୍ ଏକ୍ସସାଇଟମେଣ୍ଟ । ଜନିଷପତ୍ର ଧରି ହାୱଡ଼ା ଷ୍ଟେସନ୍ ଅଭିମୁଖେ ବାହାରି ପଡିଥିଲେ ନବଦମ୍ପତି । ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ମହମ୍ମଦ ରଫିକ୍ ଓ ଦୀପିକା ପାଲି ଠିକ୍ ସମୟରେ ପହଞ୍ଚି ଯାଇଥିଲେ ହାୱଡ଼ା ଷ୍ଟେସନରେ । ନିର୍ଦ୍ଦିଷ୍ଟ ସମୟରେ ପ୍ଲାଟଫର୍ମରେ ଲାଗିଥିଲା ସେର କିଙ୍ଗ, କରମଣ୍ଡଳ । ଟିକେଟ ହୋଇଥିଲା ଚେନ୍ନାଇ ପର୍ଯ୍ୟନ୍ତ । ସେଠାରୁ ବେଙ୍ଗାଲୁରୁ ଯିବାର ସମସ୍ତ ବ୍ୟବସ୍ଥା ହୋଇସାରିଥିଲା । ଟ୍ରେନ୍ ଛାଡିବା ମାତ୍ରେ ରଫିକ୍ ଓ ଦୀପିକା ଭାବନା ରାଇଜରେ ଭାସିବାକୁ ଲାଗିଲେ ।

ଟ୍ରେନର ଗତି ଯେତେ ପ୍ରଖର ହେଉଥିଲା ନବଦମ୍ପତିଙ୍କ ସ୍ୱପ୍ନ ସେତେ ଗାଢ ହୋଇ ହୋଇଯାଉଥିଲା । ଜାଣିପାରିଲେ ନାହିଁ କେତେବେବେ ପଶ୍ଚିମବଙ୍ଗ ପାର ହୋଇ ଓଡ଼ିଶାର ବାଲେଶ୍ୱର ପଳାଇଲାଣି । ହଠାତ ପ୍ରଚଣ୍ଡ ଶବ୍ଦରେ ଭାଙ୍ଗିଗଲା ରଫିକ୍ ଓ ଦୀପିକାଙ୍କ ସ୍ୱପ୍ନ । କ୍ଷଣିକ ଭିତରେ କିଏ କାହାକୁ ପାଇଲେ ନାହିଁ । ପରସ୍ପରଠାରୁ ଅଲଗା ହୋଇଗଲେ ଦୀପିକା ଓ ରଫିକ୍ । ରଫିକ୍ ଗୁରୁତର ହୋଇ ପ୍ରଥମେ ସୋର ଓ ପରେ କଟକ ବଡ଼ଡାକ୍ତରଖାରେ ଭର୍ତ୍ତି ହୋଇଥିଲେ । ଦୀପିକା ମଧ୍ୟ ବାଲେଶ୍ୱର ଡାକ୍ତରଖାନାରେ । ସମ୍ପର୍କର ମାଧ୍ୟମ ମୋବାଇଲ ଗାଏବ । ଆଖି ଆଗରେ ଶହ ଶହ ଯାତ୍ରୀଙ୍କ ମୃତଦେହ । ସହଯାତ୍ରୀଙ୍କ କରୁଣ ଚିକ୍ରାର ଭିତରେ ଦୁହେଁ ଖୋଜୁଥିଲେ ପରସ୍ପରକୁ ।

ଦେହର ଯନ୍ତ୍ରଣାଠୁ ବଳି ଯାଉଥିଲା ବିଚ୍ଛେଦର ବିରହ । ତାସଘର ପରି ଭାଙ୍ଗି ଯାଇଥିଲା ମଧୁର ସ୍ୱପ୍ନ । ଠିକ୍ ଭାବେ ପରସ୍ପରକୁ ଜାଣିବା ପୂର୍ବରୁ କରମଣ୍ଡଳ ଉଜାଡିଦେଲା ସଂସାର । ସଂସାର କ’ଣ ଜାଣିବା ପୂର୍ବରୁ ଭାଙ୍ଗିଗଲା ସ୍ୱପ୍ନ । ବିତିଗଲା ୫ଦିନ । କ୍ଷତ ଶୁଖିଆସୁଥିଲା । କମି କମି ଆସୁଥିଲା ଯନ୍ତ୍ରଣା । ମାତ୍ର ବିଚ୍ଛେଦର ଅସହ୍ୟ ଯନ୍ତ୍ରଣା ପ୍ରତି ମୁହୂର୍ତ୍ତରେ ଦୀପିକା ଓ ରଫିକଙ୍କୁ କଲବଲ କରୁଥିଲା । ଅଥୟ କରିଦେଉଥିଲା । ଝରୁଥିଲା ଲୁହ । ପରେ ଦୀପିକାଙ୍କୁ ବାଲେଶ୍ୱରରୁ କଟକ ସ୍ଥାନାନ୍ତର କରାଗଲା । ପ୍ରଶାସନିକ ଅଧିକାରୀ, ପୋଲିସ ଖୋଜିଲା ସେମାନଙ୍କ ପରିଚୟ । ଦୀପିକା କହିଲେ ରଫିକ୍ ଙ୍କ ନାଁ । ଆଉ ରଫିକ୍ । ପ୍ରାଣପି୍ରୟା ଦୀପିକାଙ୍କ ନାଁ କହିଲେ । କିଛି ସମୟ ଭିତରେ ସେମାନଙ୍କୁ ଏକାଠି କରାଇଥିଲେ ପ୍ରଶାସନିକ ଅଧିକାରୀ । ବେଡରୁ ଉଠିପାରୁ ନଥିବା ଦୀପିକାଙ୍କୁ ଦେଖି ରଫିକ୍ ଭୋ ଭୋ ହୋଇ କାନ୍ଦି ଉଠିଥିଲେ । ଦୀପିକା ସ୍ୱାମୀଙ୍କ ଛାତିରେ ମୁଣ୍ଡଗୁଞ୍ଜି କାନ୍ଦିଥିଲେ । ଢେର ସମୟ କାନ୍ଦିଥିଲେ । ଭାବିନଥିଲେ ସେମାନଙ୍କର ପୁଣି ମିଳନ ହେବ । ଈଶ୍ୱରଙ୍କୁ ଦୁହେଁ ଢେର ଧନ୍ୟବାଦ ଦେଉଛନ୍ତି । କିନ୍ତୁ ୨ କାଳରାତିର ଛାତିଥରା ଦୃଶ୍ୟ ଦୀପିକା ଓ ରଫିକଙ୍କୁ ଦଂଶନ କରିଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ