୪୦ ଦିନ ପରେ ୪ ଶିଶୁ ଜୀବିତ ଉଦ୍ଧାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କଲମ୍ବିଆର ଆମାଜନ ଜଙ୍ଗଲରେ ବିମାନ ଦୁର୍ଘଟଣାରେ ଖସି ପଡ଼ିଥିଲେ ୪ ଜଣ ଶିଶୁ। ଦୀର୍ଘ ୪୦ ଦିନ ପରେ ସେମାନଙ୍କୁ ଏହି ଜଙ୍ଗଲରୁ ଜୀବିତ ଉଦ୍ଧାର କରାଯାଇଛି। ରାଷ୍ଟ୍ରପତି ଗୁଷ୍ଟାଭୋ ପେଟ୍ରୋ ଶୁକ୍ରବାର ଦିନ ଏନେଇ ଘୋଷଣା କରିଛନ୍ତି । ଉଦ୍ଧାର ହୋଇଥିବା ଶିଶୁଙ୍କ ବୟସ ୪, ୯, ୧୧ ଓ ୧୩ ବର୍ଷ ବୋଲି ଜଣାପଡିଛି । ହ୍ରିଂସ ଜୀବଜନ୍ତୁଙ୍କ ଗହଣରେ, ବିନା ଖାଦ୍ୟପାଣିରେ ୪୦ଦିନ ଧରି କିଭଳି ଏମାନେ ଜୀବିତ ରହିଲେ ଆଶ୍ଚର୍ଯ୍ୟ କରିଦେଇଛି । ମେ’ ୧ ରୁ ସେମାନେ ଜଙ୍ଗଲରେ ଘୂରି ବୁଲୁଥିଲେ। ସେମାନେ ଯାତ୍ରା କରୁଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା।

ଉକ୍ତ ୪ ଜଣ ଶିଶୁଙ୍କ ସହ ଥିବା ସେମାନଙ୍କ ମା’ ଏବଂ ଅନ୍ୟ ବୟସ୍କ ବ୍ୟକ୍ତି ଓ ପାଇଲଟଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ୪ ଜଣ ଶିଶୁଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା କିନ୍ତୁ ପାଦଚିହ୍ନ, ଡାଇପର, ଅଧା ଖିଆ ଫଳ ଉଦ୍ଧାରକାରୀ ଦଳଙ୍କୁ ସେମାନଙ୍କ ନିକଟରେ ପହଞ୍ଚାଇଥିଲା। ସ୍ଥାନୀୟ ଆଦିବାସୀଙ୍କ ସହାୟତାରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଦୁର୍ଘଟଣାସ୍ଥଳରୁ ୫କିଲୋମିଟ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ କରିଥିଲା ସେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ