Masthead

ମହାପ୍ରଭୁଙ୍କ ପାଇଁ ପ୍ରାଚୀକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଯାଉଛି ଫଳଭାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରାଚୀକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଯାଉଛି ଫଳଭାର । ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଯାଉଛି ବିଭିନ୍ନ ପ୍ରକାର ଫଳ । ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ୱରରେ ପୀଡିତ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଲାଗିଛନ୍ତି ଦଇତାପତି ସେବାୟତ । ବିଶ୍ୱନିୟନ୍ତା ଅଣସର ଘରେ ଥିବା ବେଳେ ବିଭିନ୍ନ ସେବା, ନୀତିକାନ୍ତି କରାଯାଉଛି । ଏହି ଅବସରରେ କାକଟପୁର ପ୍ରାଚୀକ୍ଷେତ୍ରରୁ ବନୌସଦ୍ଧି, ବନ ସୁସ୍ୱାଦୁ ଫଳଭାର ଶଗଡ଼ ଗାଡ଼ିରେ ଶ୍ରୀକ୍ଷେତ୍ରକୁ ପଠାଯାଉଛି ।

ଆଜି ପୁରୀରେ ପହଞ୍ଚିବ ଏହି ଫଳ ଭାର । କାକଟପୁର ପ୍ରାଚୀ ତଟରେ ଥିବା ମଠ, ମନ୍ଦିର ଏବଂ ଗ୍ରାମାବାସୀଙ୍କ ଠାରୁ ସଂଗୃହିତ ଆମ୍ବ, ପଣସ, ଖଜୁରୀ, ନଡିଆ, ସପୁରୀ, ସେଓ ଭଳି ପ୍ରାୟ ୧୫ ପ୍ରକାର ଫଳ ପୁରୀକୁ ପଠାଯାଉଛି । ପ୍ରାଚୀ କୂଳରେ ଥିବା ଦେଉଳି ମଠରୁ ଅଣସର ଭାର ପୁରୀ ଅଭିମୁଖେ ବାହାରିଛି । ଏହି ଭାରକୁ ପୁରୀର ହାତି ଆଖଡା ମଠରେ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ଶ୍ରୀଜିଉଙ୍କୁ ଲାଗି କରାଯିବାର ପରମ୍ପରା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ