Masthead

ବାଟ ହୁଡିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ବାଶଂପାଳ (ବଡ଼ ଖବର ବ୍ୟୁରୋ): ଗରିବ, ଅସହାୟ ଲୋକଙ୍କ ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବରଦାନ ସଦୃଶ ବୋଲି ରାଜ୍ୟ ସରକାର ସଭା ସମିତିରେ ଘୋଷଣା କରୁଛନ୍ତି । ଏ ବାବଦରେ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ସୁଫଳ ପାଉନାହାନ୍ତି । କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଳକ ଲୁହାକଳା ଗାଁରେ ଦେଖିବାକୁ ମିଳିଛି ଏହାର ବାସ୍ତବ ଚିତ୍ର ।

ଲୁହାକଳା ଗାଁର ଲୋଠ ପ୍ରଧାନଙ୍କ ସ୍ତ୍ରୀ ଝୁମ୍ପୁଲି । ଅସ୍ୱାଭାବିକ ଭାବରେ ଝୁମ୍ପୁଲିଙ୍କ ପେଟ ବଢ଼ିବାରେ ଲାଗିଛି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେ । ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା କରାଇପାରୁନାହାନ୍ତି । ଲୋଠ ମୂଲ ମଜୁରି କରି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳିବା ଅକ୍ଷମ । ପରିବାରରେ ଦୁୁଇପୁଅ ଓ ଗୋଟିଏ ଝିଅ ଅଛନ୍ତି । ଜଣଙ୍କ ରୋଜଗାରରେ ୫ଜଣ ଚଳୁଛନ୍ତି ।

ଟଙ୍କା ନଥିବାରୁ ପରିବାର ଲୋକେ ଦେଶୀ ଚିକିତ୍ସା ଓ ଚେରମୂଳି ଝୁମ୍ପୁଲିଙ୍କୁ ଦେଉଛନ୍ତି । ଏଥିରେ ସୁଫଳ ମିଳୁନଥିବାରୁ ପରିବାର ଲୋକଙ୍କ ମନରେ ଅଦ୍ଭୁତ ଚିନ୍ତା ସବାର ହୋଇଛି । ଝୁମ୍ପୁଲିଙ୍କୁ କେହି ଗୁଣି ଗାରେଡି କରିଥିବା ସେମାନେ ସନ୍ଦେହ କରୁଛନ୍ତି । ସରକାରୀ ସହାୟତା ମିଳିଲେ ଝୁମ୍ପୁଲି ଭଲ ହୋଇଯାଆନ୍ତେ ବୋଲି କହିଛନ୍ତି ଲୋଠ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ