ବାଟ ହୁଡିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ବାଶଂପାଳ (ବଡ଼ ଖବର ବ୍ୟୁରୋ): ଗରିବ, ଅସହାୟ ଲୋକଙ୍କ ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବରଦାନ ସଦୃଶ ବୋଲି ରାଜ୍ୟ ସରକାର ସଭା ସମିତିରେ ଘୋଷଣା କରୁଛନ୍ତି । ଏ ବାବଦରେ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ସୁଫଳ ପାଉନାହାନ୍ତି । କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଳକ ଲୁହାକଳା ଗାଁରେ ଦେଖିବାକୁ ମିଳିଛି ଏହାର ବାସ୍ତବ ଚିତ୍ର ।

ଲୁହାକଳା ଗାଁର ଲୋଠ ପ୍ରଧାନଙ୍କ ସ୍ତ୍ରୀ ଝୁମ୍ପୁଲି । ଅସ୍ୱାଭାବିକ ଭାବରେ ଝୁମ୍ପୁଲିଙ୍କ ପେଟ ବଢ଼ିବାରେ ଲାଗିଛି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେ । ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା କରାଇପାରୁନାହାନ୍ତି । ଲୋଠ ମୂଲ ମଜୁରି କରି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳିବା ଅକ୍ଷମ । ପରିବାରରେ ଦୁୁଇପୁଅ ଓ ଗୋଟିଏ ଝିଅ ଅଛନ୍ତି । ଜଣଙ୍କ ରୋଜଗାରରେ ୫ଜଣ ଚଳୁଛନ୍ତି ।

ଟଙ୍କା ନଥିବାରୁ ପରିବାର ଲୋକେ ଦେଶୀ ଚିକିତ୍ସା ଓ ଚେରମୂଳି ଝୁମ୍ପୁଲିଙ୍କୁ ଦେଉଛନ୍ତି । ଏଥିରେ ସୁଫଳ ମିଳୁନଥିବାରୁ ପରିବାର ଲୋକଙ୍କ ମନରେ ଅଦ୍ଭୁତ ଚିନ୍ତା ସବାର ହୋଇଛି । ଝୁମ୍ପୁଲିଙ୍କୁ କେହି ଗୁଣି ଗାରେଡି କରିଥିବା ସେମାନେ ସନ୍ଦେହ କରୁଛନ୍ତି । ସରକାରୀ ସହାୟତା ମିଳିଲେ ଝୁମ୍ପୁଲି ଭଲ ହୋଇଯାଆନ୍ତେ ବୋଲି କହିଛନ୍ତି ଲୋଠ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!