Masthead

ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ ପରେ ଜାମିନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଲୁଚାଇବା ମାମଲାରେ ଟ୍ରମ୍ପଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ମିଆମି ସ୍ଥିତ ଫେଡେରାଲ କୋର୍ଟରେ ଟ୍ରମ୍ପ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଟ୍ରମ୍ପଙ୍କୁ ମାର୍ଶାଲ ନିଜ ହେପାଜତକୁ ନେବା ପରେ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି ।  ଏହି ଅବସରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଜଣେ ଭ୍ରଷ୍ଟ ରାଷ୍ଟ୍ରପତି ଭାବେ ଅଭିହିତ କରିଛନ୍ତି ।

ଗୋପନ ଡକ୍ୟୁମେଣ୍ଟ ମାମଲାରେ ଟ୍ରମ୍ପଙ୍କ ଉପରେ ଅଭିଯୋଗ ଆସିବା ପରେ ତାଙ୍କୁ ଆମେରିକାର ମିଆମି କୋର୍ଟରେ ହାଜର କରାଯାଇଥିଲା । ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ କହିବା ସହିତ ତାଙ୍କ ଉପରେ ଆସିଥିବା ଅଭିଯୋଗକୁ ସେ ରାଜନୀତି ପ୍ରଣୋଦିତ ବୋଲି କହିଛନ୍ତି । ଟ୍ରମ୍ପଙ୍କୁ ମାର୍ଶାଲ ହେପାଜତକୁ ନେବା ପରେ ବିନା ସର୍ତ୍ତରେ ତାଙ୍କୁ ଜାମିନ ମିଳିଯାଇଥିଲା । ମାତ୍ର କିଛି ସର୍ତ୍ତ ପାଳନ କରିବାକୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ