Masthead

କଲମ ଛାଡ଼ି ପକୁଡ଼ି ,କାକରା ବିକିଲେ ଅମଲା,

ଦାବି ପୂରଣ ଲାଗି ନିଆରା ଢଙ୍ଗରେ ଆନ୍ଦୋଳନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଦାବି ପୂରଣ ଲାଗି ନିଆରା ଢଙ୍ଗରେ ଆନ୍ଦୋଳନ କରୁଛନ୍ତି ମାଲକାନଗିରି ଜିଲ୍ଲା ଅମଲା ସଂଘ । କେବେ ଝାଡୁ ମାରି ତ କେବେ ରକ୍ତ ଦାନ କରି ଆଉ ଆଜି ରାସ୍ତା କଡରେ ବରା ପକୁଡି ବିକ୍ରି କରି ଆନ୍ଦୋଳନ ଜାରି ରଖିବା ସହ ରାଜ୍ୟ ସରକାରଙ୍କ ପାଖରେ ନିଜର ଦାବି ରଖିଛନ୍ତି ଅମଲା ସଂଘ । ଦାବି ପୂରଣ ନହେବା ପର୍ୟ୍ୟନ୍ତ ଅମଲା ସଂଘର ଏହି ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଆଜି ୧୬ ଦିନରେ ପହଞ୍ଚିଛି ମାଲକାନଗିରି ଜିଲ୍ଲା ମିଳିତ ଅମଲା ସଂଘର ଆନ୍ଦୋଳନ । ଗତ ୧ ତାରିଖ ଠାରୁ ସମୁହ ଛୁଟିରେ ଅଛନ୍ତି ଜିଲ୍ଲାର ସମସ୍ତ ୩୬୫ ଜଣ ଅମଲା କର୍ମଚାରି । ଗତ ୧୬ ଦିନ ଧରି କଲମ ଛାଡି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଭାବେ ଧାରଣା ଦେଇଥିବା ବେଳେ ଅମଲା ସଂଘ ଆଜି ଅଭିନବ ଉପାୟରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବରା ପକୁଡି ବିକ୍ରି କରି ଆନ୍ଦୋଳନ କରୁଛନ୍ତି । ଅମଲା ମାନଙ୍କ ମୂଳ ଦରମା ୯୩୦୦ କରିବା ସହ ଗ୍ରେଡ୍ ପେ ୪୨୦୦ କରିବା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ମାଲକାନଗିରି ଜିଲ୍ଲା ଅମଲା ସଂଘ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା