Masthead

ଆହୁରି ୩ ଦିନ ତାତିରୁ ନାହିଁ ତ୍ରାହି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୫୦ ବର୍ଷର ରେକର୍ଡ ଭାଙ୍ଗିଲା ଖରା । ଆହୁରି ୩ ଦିନ ତାତିରୁ ନାହିଁ ତ୍ରାହି । ଏବର୍ଷ ବର୍ତମାନ ସୁଦ୍ଧା ୨୧ଟି ଗ୍ରୀଷ୍ମ ଲହରି ଦିନ ହେଲାଣି । ପାଣିପାଗ ବିଭାଗର ଆକଳନ ଆହୁରି ୩ ଦିନ ତାତିରୁ ନିସ୍ତାର ମିଳିବ ନାହିଁ । ରାଜ୍ୟର ଗତ ୬ ରୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଂଚଳିକ ପାଣିପାଗ ବିଭାଗ ଅନୁସାରେ ସାଧାରଣତଃ ଗୋଟିଏ ବର୍ଷରେ ୧୧ଟି ଗ୍ରୀଷ୍ମ ଲହରି ଦିନ ରହିଥାଏ । କିନ୍ତୁ ଚଳିତ ବର୍ଷ ୨୧ଟି ଗ୍ରୀଷ୍ମ ଲହରି ହେଲାଣି । ଆଗକୁ ପୁଣି ତିନି ଦିନ ବି ଗ୍ରୀଷ୍ମ ଲହରି ଅନୁଭୁତ ହେବା ସମ୍ଭାବନା ରହିଛି । ଫଳରେ ଅଂଶୁଘାତ ଜନିତ ଅସୁସ୍ଥତା ବଢିବାରେ ଲାଗିଛି । ଗତ ୧୧ ଦିନ ହେଲା ରାଜ୍ୟରେ ତାତି ଭୟଙ୍କର ରୂପ ଧାରଣ କରିଛି ।

ରାଜ୍ୟର ଅଧିକାଂଶ ସହର ୪୦ ଡିଗ୍ରୀ ଉପରେ ରହୁଛି । ୧୯୮୧ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷରେ ରାଜ୍ୟରେ ଗ୍ରୀଷ୍ମ ଋତୁରେ ୫ଟି ଲେଖାଏଁ ଗ୍ରୀଷ୍ମ ଲହରି ରେକର୍ଡ ହୋଇଥିଲା । ସେହିପରି ୧୯୭୧ ରୁ ୧୯୮୦ ମଧ୍ୟରେ ପ୍ରତିବର୍ଷ ୭ଟି ଲେଖାଏଁ ଗ୍ରୀଷ୍ମ ଲହରି ରେକର୍ଡ କରାଯାଇଛି । କିନ୍ତୁ ଚଳିତ ବର୍ଷ ଏ ସବୁ ଅପେକ୍ଷା ଦ୍ୱିଗୁଣିତ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ଜନିତ ଅସୁସ୍ଥତା ଓ ମୃତୁ୍ୟସଂଖ୍ୟା ସରକାରୀ ଭାବେ ୨୨ ହୋଇଥିବା ଅଭିଯୋଗ ହୋଇଛି କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ବେଶ ଅଧିକ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ