Masthead

ବଡି ଡବିଙ୍ଗରେ ବୀରେନ୍ଦ୍ର, ଥ୍ରୀଡିରେ ଅଜୟ, ଆଦିପୁରୁଷରେ କଲେ କମାଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୁଇ ଓଡ଼ିଆ ପୁଅଙ୍କ କମାଲ । ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଜଣେ ଷ୍ଟଣ୍ଟ ସିନ ପାଇଁ ଆଉ ଜଣେ ଥ୍ରୀଡି ଅନିମେସନ ପାଇଁ । ବୀରେନ୍ଦ୍ର ସାମଲ ଷ୍ଟଣ୍ଟ ମ୍ୟାନ ଭାବରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ନିଜ ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ୪ ବର୍ଷ ହେଲା ସେ ଆଗକୁ ବଢ଼ି ଚାଲିଛନ୍ତି । ନିକଟରେ ରିଲିଜ ହେଇଥିବା ଆଦିପୁରଷରେ ଜବରଦସ୍ତ ଷ୍ଟଣ୍ଟ ସିନ ଦେଇଛନ୍ତି ବୀରେନ୍ଦ୍ର । ଲକ୍ଷ୍ମଣ ଭୂମିକାରେ ନଜର ଆସୁଥିବା ସନି ସିଂହ ପାଇଁ ସେ ବଡି ଡବିଙ୍ଗ ବା ଷ୍ଟଣ୍ଟ ସିନ ଦେଇଛନ୍ତି । ଖାଲି ସେତିକି ନୁହେଁ, ଆଗକୁ ଆସିବାକୁ ଥିବା ଗଦର ୨ରେ ସନ୍ନି ଦେୱଲଙ୍କ ପାଇଁ ବଡି ଡବିଙ୍ଗ କରିଛନ୍ତି । ଯଦିଓ ଷ୍ଟଣ୍ଟସିନ ସମୟରେ ବହୁତ ରିସ୍କ ଥିବା ବୀରେନ୍ଦ୍ର କହିଥିଲେ । ଅଭ୍ୟାସ ତାଙ୍କୁ ଆଗକୁ ବଢ଼େଇ ନେଉଥିବା କହିଛନ୍ତି । ଆଗକୁ ଭଲ ଆକ୍ସନ ଡିରେକଟର ହେବା ତାଙ୍କ ଲକ୍ଷ୍ୟ ।

ଓଡ଼ିଆ ଫିଲ୍ମରେ ଚାନ୍ସ ମିଳିଲେ କାମ କରିବେ ବୋଲି ବୀରେନ୍ଦ୍ର କହିଛନ୍ତି । ଅଜୟ ବାଲେଶ୍ୱରର ପୁଅ । ଅଜୟଙ୍କ କଳାର ଯାଦୁ ଦେଖିବାକୁ ମିଳିଛି ଆନିମେଶନ ମାଧ୍ୟମରେ । ବହୁବଳୀ ଆଦିପୁରୁଷରେ ଜବରଦସ୍ତ ଥ୍ରୀଡି ଅନିମେଶନ ଦର୍ଶକଙ୍କର ବେଶ ପସନ୍ଦ ଆସିଥିବା ଅଜୟ କହିଛନ୍ତି । ଥ୍ରୀଲର ଆକସନ ଫିଲ୍ମରେ ଅଜୟଙ୍କ ବେଶ ଅଭିଜ୍ଞତା ରହିଛି । ୫୫ ରୁ ଅଧିକ ଫିଲ୍ମରେ କାମ କରିଥିବା ଅଜୟ କହିଛନ୍ତି, ରାବଣ , ବାହୁବଳୀ, ଶିଭା, ପଦ୍ମାବତ ଦ୍ରିଶ୍ୟମ , ଏମଏସ ଧୋନିରେ ଜବରଦସ୍ତ ସଫଳତା ହାସଲ କରିଛନ୍ତି । ଏଗୁଡିକ ସଫଳ ହେବା ପଛରେ ରହିଛି ଅଜୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ