Masthead

ବଡି ଡବିଙ୍ଗରେ ବୀରେନ୍ଦ୍ର, ଥ୍ରୀଡିରେ ଅଜୟ, ଆଦିପୁରୁଷରେ କଲେ କମାଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୁଇ ଓଡ଼ିଆ ପୁଅଙ୍କ କମାଲ । ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଜଣେ ଷ୍ଟଣ୍ଟ ସିନ ପାଇଁ ଆଉ ଜଣେ ଥ୍ରୀଡି ଅନିମେସନ ପାଇଁ । ବୀରେନ୍ଦ୍ର ସାମଲ ଷ୍ଟଣ୍ଟ ମ୍ୟାନ ଭାବରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ନିଜ ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ୪ ବର୍ଷ ହେଲା ସେ ଆଗକୁ ବଢ଼ି ଚାଲିଛନ୍ତି । ନିକଟରେ ରିଲିଜ ହେଇଥିବା ଆଦିପୁରଷରେ ଜବରଦସ୍ତ ଷ୍ଟଣ୍ଟ ସିନ ଦେଇଛନ୍ତି ବୀରେନ୍ଦ୍ର । ଲକ୍ଷ୍ମଣ ଭୂମିକାରେ ନଜର ଆସୁଥିବା ସନି ସିଂହ ପାଇଁ ସେ ବଡି ଡବିଙ୍ଗ ବା ଷ୍ଟଣ୍ଟ ସିନ ଦେଇଛନ୍ତି । ଖାଲି ସେତିକି ନୁହେଁ, ଆଗକୁ ଆସିବାକୁ ଥିବା ଗଦର ୨ରେ ସନ୍ନି ଦେୱଲଙ୍କ ପାଇଁ ବଡି ଡବିଙ୍ଗ କରିଛନ୍ତି । ଯଦିଓ ଷ୍ଟଣ୍ଟସିନ ସମୟରେ ବହୁତ ରିସ୍କ ଥିବା ବୀରେନ୍ଦ୍ର କହିଥିଲେ । ଅଭ୍ୟାସ ତାଙ୍କୁ ଆଗକୁ ବଢ଼େଇ ନେଉଥିବା କହିଛନ୍ତି । ଆଗକୁ ଭଲ ଆକ୍ସନ ଡିରେକଟର ହେବା ତାଙ୍କ ଲକ୍ଷ୍ୟ ।

ଓଡ଼ିଆ ଫିଲ୍ମରେ ଚାନ୍ସ ମିଳିଲେ କାମ କରିବେ ବୋଲି ବୀରେନ୍ଦ୍ର କହିଛନ୍ତି । ଅଜୟ ବାଲେଶ୍ୱରର ପୁଅ । ଅଜୟଙ୍କ କଳାର ଯାଦୁ ଦେଖିବାକୁ ମିଳିଛି ଆନିମେଶନ ମାଧ୍ୟମରେ । ବହୁବଳୀ ଆଦିପୁରୁଷରେ ଜବରଦସ୍ତ ଥ୍ରୀଡି ଅନିମେଶନ ଦର୍ଶକଙ୍କର ବେଶ ପସନ୍ଦ ଆସିଥିବା ଅଜୟ କହିଛନ୍ତି । ଥ୍ରୀଲର ଆକସନ ଫିଲ୍ମରେ ଅଜୟଙ୍କ ବେଶ ଅଭିଜ୍ଞତା ରହିଛି । ୫୫ ରୁ ଅଧିକ ଫିଲ୍ମରେ କାମ କରିଥିବା ଅଜୟ କହିଛନ୍ତି, ରାବଣ , ବାହୁବଳୀ, ଶିଭା, ପଦ୍ମାବତ ଦ୍ରିଶ୍ୟମ , ଏମଏସ ଧୋନିରେ ଜବରଦସ୍ତ ସଫଳତା ହାସଲ କରିଛନ୍ତି । ଏଗୁଡିକ ସଫଳ ହେବା ପଛରେ ରହିଛି ଅଜୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ