Masthead

ଦିଗପହଣ୍ଡି ବସ ଦୁର୍ଘଟଣା, ଡେମୋ ଦେଖାଇଲା ଡ୍ରାଇଭର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଦିଗପହଣ୍ଡି ବସ ଦୁର୍ଘଟଣା । ଓଏସଆରଟିସି ବସ ଡ୍ରାଇଭର ଗିରଫ । ଡ୍ରାଇଭର ହେଲେ ମାନସ ପ୍ରଧାନ । ମାନସଙ୍କୁ ପଚରାଉଚରା କରୁଛି ପୋଲିସ । କେମିତି ହୋଇଥିଲା ଦୁର୍ଘଟଣା ସେ ସମ୍ପର୍କରେ ତଦନ୍ତ ଜାରି ରହିଛି । ଗତକାଲି ରାତିରେ ଡ୍ରାଇଭର ମାନସ ପ୍ରଧାନଙ୍କୁ ଦୁର୍ଘଟଣାସ୍ଥଳକୁ ନେଇଥିଲା ପୋଲିସ । କେମିତି ହୋଇଥିଲା ଦୁର୍ଘଟଣା ସେ ସମ୍ପର୍କରେ ଡେମୋ ଦେଖାଇଛି ଗିରଫ ଡ୍ରାଇଭର ।

ଗତକାଲି ଭୁବନେଶ୍ୱର ଭରତପୁର ଥାନାରେ ଆତ୍ମସମର୍ପଣ କରିଥିଲା ମାନସ । ଏହା ପରେ ବିଳମ୍ବିତ ରାତିରେ ଦିଗପହଣ୍ଡି ପୋଲିସ ଭୁବନେଶ୍ୱର ଆସି ମାନସକୁ ନିଜ ହେପାଜତକୁ ନେଇଥିଲା । ଆଜି ତାଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ଜଣାପଡ଼ିଛି । ସେପଟେ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁହୋଇଛି । ଦୁଇ ବସର ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ମାସେ ହେଲା ପୋଖରୀରେ ୧୬ ବର୍ଷୀୟ କିଶୋର 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ମାସେ ହେଲା ପୋଖରୀରେ ୧୬ ବର୍ଷୀୟ କିଶୋର 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨