Masthead

ଫିଲ୍ମ ଷ୍ଟାଇଲରେ ମର୍ଡର

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫିଲ୍ମ ଷ୍ଟାଇଲରେ ମର୍ଡର । ଗାଡି ଭଡାରେ ନେଇ ଡ୍ରାଇଭରଙ୍କୁ କଲେ ହତ୍ୟା । ସେହି ୨ ଯୁବକ ଓ ଜଣେ ଯୁବତୀଙ୍କୁ ଖୋଜୁଛି ପୋଲିସ । ଘଟଣାର କରୁଛି ତଦନ୍ତ । କଟକରେ ମାତିଛନ୍ତ ଦୁର୍ବୃତ । ଭିନ୍ନ ରଣନୀତରେ କରୁଛନ୍ତି ଲୁଟ୍, ରାହାଜାନୀ, ମର୍ଡର । ଜାଲରେ ପକାଇବା ପାଇଁ ଆପଣାଉଛନ୍ତି ଭିନ୍ନ ତରିକା । ଯାହା ଏ ଖବରରୁ ସ୍ପଷ୍ଟ ବାରି ହୋଇପଡୁଛି । ଘଟଣା ଥିଲା କିଛି ଏମିତି । ଜୁନ ୨୪, ରାତି ୮ଟା । ସହର କଟକ । ଦୁଇ ଜଣ ପୁଅ ଓ ଜଣେ ଝିଅ ଗୋଟିଏ କାର ଭଡା କଲେ । କହିଲେ ଆମ ଉଭଣୀ ହଷ୍ଟେଲରେ ପାଠ ପଢୁଛି ।

ତାକୁ କଟକରୁ ଯାଜପୁର ଛାଡ଼ିବାକୁ ଯିବୁ । ଏଭଳି କହି ନେଇଥିଲେ କାର ଭଡ଼ାରେ । ଆଉ ଏହାପରେ ଯାହା କିଛି ଘଟିଲା, ତାହା କୌଣସି ଫିଲ୍ମ କାହାଣୀଠୁ କମ୍ ନୁହେଁ । ୨୪ ତାରିଖରୁ ଯାଇଥିବା ଗାଡ଼ି ଆଉ ଫେରିଲା ନାହିଁ । ଯୋଗଯୋଗ କରାଗଲା ହେଲେ ଡ୍ରାଇଭରର ମୋବାଇଲ ସୁଇଚ ଅଫ୍ । ୨୫ ତାରିଖ ରାତି ଗୋଟିଏ ୨୫ରେ ମାଲିକଙ୍କ ମୋବାଇଲକୁ ମେସେଜ ଆସିଲା ଫାଷ୍ଟଟ୍ରାକରୁ । କାରଣ ସେତେବେଳେ କାର କ୍ରସ କରିଥିଲା ପାଣିକୋଇଲି ଟୋଲଗେଟ୍ । ବହୁ ଖୋଜାଖୋଜି କଲା ପରେ ଡ୍ରାଇଭରଙ୍କ ମୃତଦେହ ମିଳିଛି କେନ୍ଦୁଝର-ଘସିପୁରା ରୋଡସାଇଡରୁ । ଡ୍ରାଇଭରଙ୍କ ନାମ ଭଗବାନ ବଇରୀଗଞ୍ଜନ । କଣାସ ଥାନା ଛୋଟିଯୋଡ଼ି ଗାଁରେ ତାଙ୍କ ଘର । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ କରିଛି । ଘଟଣାକୁ ଗୁରୁତର ସହ ନେଇ ଚଳାଇଛି ତଦନ୍ତ । ସେପଟେ ଗାଡିକୁ ଭଡ଼ାରେ ନେଇଥିବା ଦୁଇ ଯୁବକ ଓ ଯୁବତୀଙ୍କ ପତ୍ତା ମିଳୁନାହିଁ । ଏହି ଘଟଣା ପ୍ରଘଟ ହେବା ପରେ କଟକ ସହ କେନ୍ଦୁଝରରେ ଚାଂଚଲ୍ୟ ସୃଷ୍ଟି ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ