Masthead

ରୁଣୁଝୁଣୁ ନୂପୁର ଶବ୍ଦ କଲା କିମିଆ, କ୍ଷଣିକ ଅପେକ୍ଷା ନକରି ବାହାରିଲେ ଚକାଡୋଳିଆ

ପୁରୀ (ବଡ଼ ଖବର ବ୍ୟୁରୋ): ରଥଯାତ୍ରାରୁ ବାହୁଡ଼ାଯାତ୍ରା । ଯାତ୍ରା ନୁହେଁ ତ ଭକ୍ତ ଆଉ ଭଗବାନଙ୍କ ମିଳନର ପର୍ବ । ଏଠି ଭାବ ଭକ୍ତିରେ ଭରା ଭକ୍ତର ମନ । ପୁଣ୍ୟଭୂମି ଶୀକ୍ଷେତ୍ର ଇଏ ହେଉଛି ସେହି ପରମ୍ପରା ଯେଉଁଠି ଭକ୍ତ ଭଗବାନ ନୁହେଁ ଭଗବାନ ବର୍ଷକୁ ଥରେ ଭକ୍ତଙ୍କୁ ଦେଖିବା ପାଇଁ ରତ୍ନବେଦୀ ଛାଡ଼ି ବାହାରକୁ ବାହାରନ୍ତି । ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସି ରଥରେ ବସନ୍ତି । ଆଉ ଆରମ୍ଭ ହୁଏ ଲୀଳାଖେଳା । ଚତୁର୍ଦ୍ଧାମୂରତିକୁ ସ୍ୱାଗତ କରିବା ପାଇଁ ବଡ଼ଦାଣ୍ଡରେ ଲାଗେ ଭକ୍ତଙ୍କ ଗହଳି । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ମହାବାହୁ ବାହାରିଲେ ଗୁଣ୍ଡିଚା ମନ୍ଦିର ।

୯ ଦିନ ପରେ ମାନେ ବାହୁଡ଼ା ଦିନ ଜନ୍ମବେଦୀରେ ଲୀଲାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂରତି । ଜନ୍ମବେଦୀରୁ ବାହାରିବା ବେଳେ ମହାବାହୁଙ୍କୁ ସ୍ୱାଗତ କରିବା ପାଇଁ କିଏ କେତେ ପ୍ରକାରର ବେଶ ହୋଇ ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ଲାଗିପଡ଼ିଥିଲେ । ଶିବ ପାର୍ବତୀ ବେଶରେ ମହାବାହୁଙ୍କୁ ସ୍ୱାଗତ କରିଥିଲେ କାଳିଆର ଭକ୍ତ ।

ଖାଲି ସେତିକି ନୁହେଁ ନୂପୁରର ରୁଣୁ ଝୁଣୁ ଶବ୍ଦରେ ଫାଟି ପଡ଼ୁଥିଲା ଶରଧାବାଲି । ଅଥୟ ହେଉଥିଲା ଭକ୍ତଙ୍କ ମନ । ଆଡ଼ପ ମଣ୍ଡପରେ ଅଧିର ହେଉଥିଲେ ମହାବାହୁ । ତା ସହିତ ଥିଲା ଘଂଟ ଘଂଟାର ଶବ୍ଦ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନୀରେ ଫାଟିପଡ଼ୁଥିଲା ଶରଧାବାଲି । ସବୁଠୁ ହୃହୟସ୍ପର୍ଶୀ ମୁହୂର୍ତ୍ତ ଥିଲା ଅଳତାବୋଳା କୁନି ପାଦରେ କୁନି ଘୁଙ୍ଗୁରର ଶବ୍ଦ ।

କାଳିଆକୁ ତ କିମିଆ କରୁଥିଲା ତା ସହିତ ସମସ୍ତଙ୍କ ମନ ମୋହୁଥିଲେ କୁନି କଳାକାର । ଆଉ କ୍ଷଣିକ ଅପେକ୍ଷା ନକରି ଜନ୍ମବେଦୀରୁ ମହାବାହୁଙ୍କ ସହ ବାହାରିଥିଲେ ଚତୁର୍ଦ୍ଧାମୂରତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି