Masthead

ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଜନଜାତି, ଖାଆନ୍ତି ମଣିଷ ମାଂସ!

ନୂଅଅଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଧାରଣତଃ ଆଦିବାସୀ ଜନଜାତିମାନଙ୍କୁ ନିରୀହ ବୋଲି ବିବେଚନା କରାଯାଏ । କିନ୍ତୁ ଏମିତି ବି କିଛି ଜନଜାତି ଅଛନ୍ତି ଯେଉଁମାନଙ୍କୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଜନଜାତି ଭାବେ ବିବେଚନା କରାଯାଏ । ଆଫ୍ରିକାର ମୁର୍ସି ଟ୍ରାଇବକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜନଜାତି କୁହାଯାଇଥାଏ । ଏହି ଜନଜାତିକୁ ସୁରା, ସୁରମା ବା ମୁର୍ସି ଜନଜାତି ମଧ୍ୟ କୁହାଯାଏ । ଏହି ଲୋକମାନଙ୍କର ଚାଲି ଚଳଣି, ବେଶଭୂଷା, ରହଣୀ ତଥା ଜୀବନଶୈଳୀ ଅନ୍ୟମାନଙ୍କ ଠାରୁ ବେଶ ଭିନ୍ନ । ସାଧାରଣତଃ ଇଥିଓପିଆରେ ଏହି ଜନଜାତିଙ୍କୁ ଦେଖିବାକୁ ମିଳିଥାଏ । ଏମାନେ ଦେଖିବାକୁ ଖୁବ ବିପଦପୂର୍ଣ୍ଣ । ଏହି ଜନଜାତିର ମହିଳାମାନେ ମୁହଁରେ ଏକ ପ୍ରକାରର ପ୍ଲେଟ ଲଗାଇଥାନ୍ତି । କାନ ଓ ଓଠ ପାଇଁ ଦୁଇଟି ଅଲଗା ଅଲଗା ପ୍ଲେଟ ବ୍ୟବହାର କରାଯାଏ ।

ଏଥିରୁ ଜଣାଯାଏ ସେମାନେ ବିବାହିତ କି ନୁହେଁ । କାରଣ କେବଳ ବିବାହିତା ମହିଳାମାନେ ହିଁ ଏପରି ପ୍ଲେଟ ଲଗାଇଥାନ୍ତି । କିଛି ପୁରୁଷମାନେ ମଧ୍ୟ ଏହି ପ୍ଲେଟକୁ ପିନ୍ଧିଥାନ୍ତି । ଶରୀରରେ ସେମାନେ ଏକ ଅଜବ ପ୍ରକାରର ଟାଟୁ କରିଥାନ୍ତି । ଯାହାକୁ କିଚୁଆ ବୋଲି କୁହାଯାଏ । ଏହି ଜନଜାତିଙ୍କ ବିଷୟରେ ଏକ ରୋଚକ କଥା ହେଉଛି, ଏମାନେ ମଣିଷ ମାଂସ ଖାଇଥାନ୍ତି । ଇଥିଓପିଆରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଗଲେ ସେ ଏହି ଜନଜାତିକୁ ବିକ୍ରି କରିଦିଅନ୍ତି । ଏହା ପରେ ଏହି ଲୋକମାନେ ମାଂସ ଓ ରକ୍ତକୁ ପିଇଥାନ୍ତି । ମୁର୍ସି ଗାଁରେ ପାଖାପାଖି ୧୦ ହଜାର ଲୋକ ବସବାସ କରନ୍ତି । ସମୟେ ସମୟେରେ ସେମାନେ ନିଜ ଠିକଣା ବଦଳାଇଥାନ୍ତି । ବର୍ଷା ସମୟରେ ସେମାନେ ନଦୀ ପାଖ ଅଂଚଳ ତଥା କୌଣସି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥାନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଘର ବନାଇଥାନ୍ତି ଏବଂ ଅନୁକୂଳ ପରିବେଶ ଉପୁଜିଲେ ନୂଆ ଠିକଣା ପାଇଁ ଜାଗା ବଦଳାଇଥାନ୍ତି । ସେମାନଙ୍କର ଘର ଗୁଡ଼ିକ ମଧ୍ୟ ଚାଳ ଛପରରେ ତିଆରି ହୋଇଥାଏ, ଯାହା କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ହିଁ ସ୍ଥାୟୀତ୍ୱ ବଜାୟ ରଖେ ।

ଘରେ ଶେଜ ବନାଇବା ପାଇଁ ଗାଈର ଚମଡ଼ାକୁ ବ୍ୟବହାର କରାଯାଏ । ଗାଈ ଏହି ଜନଜାତିଙ୍କ ପାଇଁ ସବୁଠୁ ଆବଶ୍ୟକ ପଶୁ । ବାହାଘରଠୁ ଆରମ୍ଭ କରି ନିତ୍ୟ ଭୋଜନରେ ଗାଈକୁ ବ୍ୟବହାର କରାଯାଏ । ବିବାହ ପରମ୍ପରା ମଧ୍ୟ ଏଠି ଭିନ୍ନ । ଯୌତୁକରେ ବରପକ୍ଷ ତରଫରୁ କନ୍ୟାପକ୍ଷକୁ ୨୮ଟି ଗାଈ ଦେବାକୁ ହୋଇଥାଏ । ଯଦି ପୁଅ ଘର ଲୋକେ ଏହାକୁ ଦେବାରେ ଅସମର୍ଥ ହୁଅନ୍ତି ତେବେ ବାହାଘର ହୋଇପାରେ ନାହିଁ । ମୁର୍ସୀ ଜନଜାତିଙ୍କ ଧର୍ମ କଥା ଆସିଲେ କୁହାଯାଏ ଯେ, ଏହି ଜନଜାତିର ଲୋକମାନେ ଖ୍ରୀଷ୍ଟିଆନ ଧର୍ମକୁ ଆପଣେଇଛନ୍ତି । ଏମାନେ ଦିନ ସାରା ଶୋଇଥାନ୍ତି । କାରଣ ମୁର୍ସୀ ଜନଜାତିଙ୍କ ପାଖରେ କାମଧନ୍ଧା କହିଲେ କିଛି ନାହିଁ । କେବଳ ବର୍ଷା ଦିନେ ହିଁ ଏମାନେ ମକା ଚାଷ କରିଥାନ୍ତି । ଏବଂ ବର୍ଷ ସାରା ଏହି ମକାରେ ଗାଈ ରକ୍ତ ମିଶାଇ ଖାଇଥାନ୍ତି । ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜନଜାତି କୁହାଯାଉଥିବା ଏହି ମୁର୍ସୀ ଟ୍ରାଇବ ଯେତିକି ଦେଖିବାକୁ ଆଶ୍ଚର୍ଯକର ସେତିକି ରହସ୍ୟମୟ ମଧ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ