Masthead

ବାଃ ବାଃରେ ଅନଲାଇନ ପାଠ

ନୟାଗଡ଼, (ବଡ଼ ଖବର ବ୍ୟୁରୋ) : କାରୋନାକୁ ଦୃଷ୍ଟିରେ ରଖି ସରକାର ଅନଲାଇନ ପାଠ୍ୟକ୍ରମର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଗାଁରେ ଆସୁନି ମୋବାଇଲ ନେଟୱାର୍କ ଚିନ୍ତାରେ ପଡିଲେଣି ଛାତ୍ରଛାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖଯୋଡି ଗାଁରେ । ସେହି ଗ୍ରାମରେ ପ୍ରାୟ ୨ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଥିବାବେଳେ ମୋବାଇଲ ଟାୱାର ନାହିଁ । ଅନଲାଇନ ପାଠ୍ୟକ୍ରମରେ ବ୍ୟାଘାତ ସୃଷ୍ଟି ହେଉଛି । ମୋବାଇଲ ନେଟୱାର୍କ ପାଇଁ ଗାଁ ନିକଟରେ ଥିବା ପାଣି ଟାଙ୍କି ଉପରେ ନିର୍ଭର କରୁଛନ୍ତି ଛାତ୍ରଛାତ୍ରୀ । ପାଣିଟାଙ୍କିର ଉପରେ ମୋବାଇଲ ନେଟୱାର୍କ ଭଲ ରହୁଛି । ପାଣି ଟାଙ୍କିଟି ୫୦ ଫୁଟ ଉଚ୍ଚତା ହୋଇଥିବାରୁ ଛୋଟ ଛୋଟ ପିଲାଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇପଡିଛି । କେତେବେଳେ ଯେ କିଛି ଅଘଟଣ ନ ଘଟିବ କହି ହେବ ନାହିଁ । ସରକାର ପ୍ରତି ଗାଁକୁ ହାଇସ୍ପିଡ ନେଟୱାର୍କ ପହଞ୍ଚାଇବା ପାଇଁ ଘୋଷଣା କରିଛନ୍ତି । ତେବେ ଶଙ୍ଖଯୋଡି ଗାଁର ମୋବାଇଲ ଟାୱାରର ଅବ୍ୟବସ୍ଥାକୁ ଦେଖିଲେ ଯୋଜନା କେତେ ସଫଳ ହେବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା