Masthead

ଲିଭିଛି ଜୁଇ ସୁଖିନି ଲୁହ

ବାଲେଶ୍ୱର  (ବଡ଼ ଖବର ବ୍ୟୁରୋ): ଜୁନ ୨ । ଜୁଲାଇ ୨ । ବ୍ୟବଧାନ ଗୋଟିଏ ମାସର । ସବୁ କିଛି ବ୍ୟବସ୍ଥିତ । ଟ୍ରାକରେ ଦୌଡ଼ୁଛି ଟ୍ରେନ୍ । ସବୁ ଦିନ ପରି ଗୋଟଏ ପରେ ଗୋଟିଏ ଗାଡ଼ି ଗଡ଼ି ଚାଲିଛି । ୟା ଭିତରେ କରମଣ୍ଡଳ ବି ଦୌଡ଼ିବା ଆରମ୍ଭ କରିସାରିଛି । କିନ୍ତୁ ଆଜି ବି ସେହି କରୁଣ ଚିତ୍ର, ଲୋମହର୍ଷଣକାରୀ ଦୃଶ୍ୟକୁ ଲୋକେ ଭୁଲି ନାହାନ୍ତି । ଯାହା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା ।  ବାହାନଗା ଟ୍ରେନ ଟ୍ରାଜେଡ଼ି  । ଲୌହଦାନବର ରକ୍ତର ଭୋଜିରେ ଲିଭିଗଲା ୨୯୩ ଯାତ୍ରୀଙ୍କ ଜୀବନ । ନିମିଷକ ମଧ୍ୟରେ ସବୁକିଛି ଛାରଖାର ହୋଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଅନେକ ହରେଇ ସାରିଥିଲେ ନିଜ ଆତ୍ମୀୟ ସ୍ୱଜନଙ୍କୁ, ମନର ମଣିଷକୁ । ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ବାହାନଗା ବଜାର ଷ୍ଟେସନ । କାନ୍ଦ ବୋବାଳିରେ ଫାଟିପଡିଥିଲା ସମଗ୍ର ପରିବେଶ । ଅନେକ ଲକ୍ଷ୍ୟସ୍ଥଳରେ ପହଂଚିବା ପୂର୍ବରୁ ଲିଭିଯାଇଥିଲା ଜୀବନଦୀପ । ଲିଭିଯାଇଥିଲା ନବବିବାହିତାଙ୍କ ମଥାରୁ ସିନ୍ଦୂର । ରକ୍ତଭିଜା ରେଳ ଧାରଣାରୁ ମିଳିଥିବା ପ୍ରେମଚିଠି କହୁଥିଲା ଅନେକ ଅକୁହା କଥା । ବଗି ଭିତରେ ଶବ । ବାହାରେ ଶବ । ସବୁଠି ଖାଲି ଶବ ହିଁ ଶବ । ଜୀବନର ସୂର୍ଯ୍ୟାସ୍ତରେ ସାହାରା ଦୁର୍ଘଟଣାରେ ଲିଭିଗଲା । ମୃତ୍ୟୁସଂଖ୍ୟା ୨୯୩ ଛୁଇଁଯାଇଛି ସତ । ହେଲେ ଏବେ ବି ଅନେକ ପରିବାରଙ୍କୁ ମିଳିପାରିନି ସେମାନଙ୍କ ସମ୍ପକୀୟଙ୍କ ଠିକଣା । ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୂରିଛି । ଲିଭିଛି ଜୁଇ । ବର୍ଷାରେ ଧୋଇ ହୋଇଯାଇଛି ପାଉଁଶ । କିନ୍ତୁ ଆତ୍ମୀୟଙ୍କୁ ହରାଇଥିବା ଲୋକମାନଙ୍କ କରୁଣ ବିଳାପ ଏବେ ମଧ୍ୟ ରାତିର ନିର୍ଜନ ପ୍ରହରରେ ପ୍ରତିଧ୍ୱନି ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ