ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଉଡ଼ିଲା ଡ୍ରୋନ୍ । ଆଜି ଭୋର ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍ ଉଡ଼ୁଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଡ୍ରୋନ ଉଡୁଥିବା ଦେଖିଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି । ଏନେଇ ଏସପିଜି, ଦିଲ୍ଲୀ ପୋଲିସ୍କୁ ସୂଚନା ଦେବା ପରେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇ ଥିଲା ସେସମ୍ପର୍କରେ କିଛି ଜଣାପଡ଼ି ନାହିଁ । ଏପରିକି ପୋଲିସ୍ ହାତରେ କୌଣସି ଡ୍ରୋନ୍ ମଧ୍ୟ ଲାଗି ନାହିଁ। ଏନେଇ ଛାନ୍ଭିନ୍ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ ଏହାର ଆଖପାଖ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ରେ ଥିବା ବେଳେ, ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି।