Masthead

ମହାବିକାଶ ଅଘାଡିକୁ ଝଟକା ପରେ ଝଟକା

ମୁମ୍ବାଇ  (ବଡ଼ ଖବର ବ୍ୟୁରୋ):  କଂଗ୍ରେସ, ଶିବ ସେନା ଓ ଏନସିପିର ମହାମେଣ୍ଟ ମହାବିକାଶ ଅଘାଡ଼ିକୁ ଲାଗିଛି ଆଉ ଏକ ବଡ଼ ଝଟକା । ପ୍ରଥମେ ଶିବସେନା ଦୁଇ ଫାଳ ହୋଇଥିବାବେଳେ ଏବେ ସେହି ସମାନ ଦଶା ଭୋଗିଛି ଶରଦ ପାୱାରଙ୍କ ଏନସିପି । ନିଜ ଘରେ ଦେଖିବାକୁ ମିଳିଛି ବିଦ୍ରୋହ । କ୍ଷମତା ପାଇଁ ପାୱାର ପରିବାର ହୋଇଛି ଦୁଇ ଫାଳ । ଚାଚାକୁ ଧୋକା ଦେଇ ବିଜେପିରେ ମିଶିଛନ୍ତି ଭତିଜା ଅଜିତ ପାୱାର । ମହାରାଷ୍ଟ୍ର ମଧ୍ୟ ଦେଖିଲା ଚାଚା ଭତିଜାଙ୍କ ମଧ୍ୟରେ ଲଢେଇ । ଅଜିତ ପୂର୍ବରୁ ମଧ୍ୟ ବହୁବାର ଦଳକୁ ଭାଙ୍ଗିବା ଚେଷ୍ଟା କରିଛନ୍ତି ।

କିନ୍ତୁ ଶରଦଙ୍କ ରାଜନୈତିକ ଚାଲ ଆଗରେ ସବୁଥର ଫେଲ ମାରିଛନ୍ତି । ପୁଣି ଥରେ ଏନସିପି ଉପରେ ନିଜର ଅତିଆର ଜାହିର କରିଛନ୍ତି ଅଜିତ । କହିଛନ୍ତି ମୋ ପାଖେ ଏବେ ବି ଅଧିକାଂଶ ବିଧାୟକ, ସାଂସଦଙ୍କ ସମର୍ଥନ ରହିଛି । ଖାଲି ସେତିକି ନୁହେଁ ଏନସିପିକୁ ସରକାରରେ ସାମିଲ କରିଥିବା ଦୃଢକ୍ତି ପ୍ରକାଶ କରୁଛନ୍ତି । ତେବେ ଏନସିପି ନେତା ଅଜିତ ପାଓ୍ବାର ରବିବାର ପଞ୍ଚମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ କୌଣସି ଥର ସେ ୫ ବର୍ଷ ପୂରା କରିପାରି ନାହାନ୍ତି।

୨୦୧୯ ନଭେମ୍ବର ୨୩ରେ ଭାଜପା ନେତା ଦେବେନ୍ଦ୍ର ଫଡ୍ନବିସ କ୍ଷମତା ଦଖଲର ବିଫଳ ପ୍ରୟାସ କରିଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାସେ ପରେ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ରାତି ପାହିଲେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାଆନ୍ତେ। କିନ୍ତୁ ରାତି ପାହିବାକୁ ଦିଆଗଲା ନାହିଁ। କୌଣସି କ୍ୟାବିନେଟ ବୈଠକ ନ ବସି ଭୋର ୫ଟା ୧୭ରେ ବିଚିତ୍ର ଢଙ୍ଗରେ ରାଷ୍ଟ୍ରପତି ଶାସନ ହଟାଇ ଦିଆଯାଇଥିଲା। ତତ୍କାଳୀନ ରାଜ୍ୟପାଳ ଭଗତସିଂ କୋଶିୟାରୀ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇବା ପାଇଁ ସୁପାରିସ କରି ଫଡ୍ନବିସ ଏବଂ ଅଜିତଙ୍କୁ ସକାଳ ୮ଟାରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। କିନ୍ତୁ ସେହି ସରକାର ୮୦ ଘଣ୍ଟାରୁ ଅଧିକ ସମୟ ତିଷ୍ଠିପାରି ନ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି