Masthead

ଆସନ୍ତାକାଲି ବୈଠକ କରିବେ ଦୁଇ ପାୱାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଅଜିତ ପାୱାର ସିନ୍ଦେ ଗୋଷ୍ଠୀରେ ଯୋଗ ଦେବା ପରେ ଏନସିପି ଦୁଇ ଫାଳ ହୋଇ ଯାଇଛି । ମହାରାଷ୍ଟ୍ରରେ ସବୁ କିଛି ବଦଳି ଯାଇଛି । ଅଜିତଙ୍କ ସହ ୮ ବିଧାୟକ ମଧ୍ୟ ଏନସିପି ଛାଡ଼ି ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ତେବେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କେଉଁ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଶରଦଙ୍କ ପଟେ କେତେ ବିଧାୟକ ରହିବେ ଏବଂ ଅଜିତଙ୍କ ସମର୍ଥନରେ କେତେଜଣ ବିଧାୟକ ରହିବେ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ସୁପ୍ରିମୋ ଶରଦ ପାୱାର ଆସନ୍ତାକାଲି ଦକ୍ଷିଣ ମୁମ୍ବାଇର ଯଶବନ୍ତରାଓ ଚୌହାନ କେନ୍ଦ୍ରରେ ବିଧାୟକଙ୍କ ସହ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ । ସେହିପରି ଅଜିତ ପାୱାରଙ୍କ ଗୋଷ୍ଠୀ ମଧ୍ୟ ବୁଧବାର ଦିନ ବାନ୍ଦ୍ରାସ୍ଥିତ ଭୁଜବଲ ନଲେଜ୍ ସିଟିରେ ବୈଠକ କରିବେ। ବୁଧବାର ଦିନ ଅପରାହ୍ନ ୧ଟାରେ ଶରଦ ପାୱାର ବୈଠକ କରିବାକୁ ଥିବାବେଳେ ଅଜିତ ପାୱାରଙ୍କ ଗୋଷ୍ଠୀ ସକାଳ ୧୧ଟାରେ ବୈଠକ କରିବେ। ଅଜିତ ପାୱାର, ଛଗନ ଭୁଜବଳ, ଦିଲ୍ଲୀପ ପାଟିଲ ଓ ଅନ୍ୟ ୯ ବିଧାୟକଙ୍କ ବିଦ୍ରୋହ ପରେ ଏହା ପ୍ରଥମ ବୈଠକ ହେବ। ଉଭୟ ଗୋଷ୍ଠୀ ଦାବି କରିଛନ୍ତି ଯେ ସେମାନଙ୍କ ପଟରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ