Masthead

ଜୁନିଅର ପାୱାରଙ୍କ ୪୦ ବର୍ଷର ରାଜନୀତି, ୪ ବର୍ଷରେ ଆୟା ରାମ୍ ଗୟା ରାମ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସକାଳେ ଥିଲେ ବିରୋଧୀ ଦଳ ନେତା । ସୂର୍ଯ୍ୟ ମଥା ଉପକୁ ଯାଉ ଯାଉ, ଅଜିତ ପାଲଟିଗଲେ ସରକାରର ଅଂଶ । ରାଜଭବନରେ ହେଲା ମନ୍ତ୍ରୀ ପଦର ଶପଥ । କିଛି ସମୟପରେ ପାଲଟିଗଲେ ଉପମୁଖ୍ୟମନ୍ତ୍ରୀ । ରାଜନୀତିରେ କେମିତି ସିନ୍ ବଦଳେ, ସକାଳର କଥା ସଂଜକୁ ନ ଥାଏ ତାହାର ଆଉ ଏକ ଉଦାହରଣ ଦେଖାଇଲା ମହାରଷ୍ଟ୍ର । ଜାତୀୟ ରାଜନୀତିରେ ଏବେ ଜୁନିୟର ପାୱାର ଅଜିତଙ୍କୁ ନେଇ ଚର୍ଚ୍ଚା । ଗତ ୫ ବର୍ଷରେ ମହାରାଷ୍ଟ୍ର ରାଜନୀତିର ମହାନାଟକ ଅନେକଥର ରୋଚକ ମୋଡ ନେଇଛି । ସେଥିରେ ଅଜିତଙ୍କ ଦୁଇ ଦୁଇ ଥର ଆୟା ରାମ୍ ଗୟାରାମ୍ ନୀତି ଦେଖିବାକୁ ମିଳିଛି । ୪ ବର୍ଷରେ ସେ ୩ ଥର ୩ଟି ଭିନ୍ନ ଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ ହୋଇସାରିଲେଣି । ପ୍ରଥମେ ନିର୍ବାଚନ ପରେ ଯେବେ ଶିବସେନା ବିଜେପି ମଧ୍ୟରେ ସହମତି ହେଲାନାହିଁ, ସେତେବେଳେ ବିଜେପି ବିରୋଧରେ ଲଢିଥିବା ଏନସିପିର ବିଧାୟକଙ୍କୁ ଧରି ଦେବେନ୍ଦ୍ର ଫଡନାଭିସଙ୍କୁ ସମର୍ଥନ ଦେଇଥିଲେ ଅଜିତ୍ । ହେଲେ ଏହି ସମର୍ଥନ ୩ ଦିନ ଯାଏଁ ବି ଚାଲିପାରିଲାନାହିଁ । ପରେ ମହାବିକାଶ ଅଘାଡିରୁ ଉଦ୍ଧବ ହେଲେ ମୁଖ୍ୟମନ୍ତ୍ରୀ । ପୁଣି ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ । ଶିବସେନାରେ ବିଦ୍ରୋହ ଯୋଗୁଁ ବିଜେପି ସହ ମିଶି ଏକନାଥ ସିନ୍ଦେ ହେଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ହେଲେ ଅଜିତ । ଏବେ ସେହି ସିନ୍ଦେଙ୍କୁ ସମର୍ଥନ, ପୁଣି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଅଜିତ୍ । ନିଜ ଚାଚା ଶରଦଙ୍କ ଇଚ୍ଛା ବିରୋଧରେ କିଛି ବିଧାୟକଙ୍କୁ ଧରି ସରକାରରେ ହୋଇଛନ୍ତି ସାମିଲ । ୧୯୮୨ରେ ସକ୍ରିୟ ପଲିଟିକାଲ କ୍ୟାରିୟର ଆରମ୍ଭ କରିଥିଲେ ଅଜିତ । ଚାଚା ଶରଦ ପାୱାର ମହାରାଷ୍ଟ୍ର ରାଜନୀତି ସହ ଦେଶ ରାଜନୀତିରେ ବି ଥିଲେ ଚର୍ଚ୍ଚିତ ଚେହେରା । ପରବର୍ତୀ ସମୟରେ ଏନସିପି ଗଠନ ସହ ଏଥିରେ ସାମିଲ ହୋଇ ପାର୍ଟି ପାଇଁ କଠିନ ପରିଶ୍ରମ କରି ସଂଗଠନର ବିସ୍ତାର କରିଥିଲେ । ନରସିହ୍ମା ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପାର୍ଲାମେଂଟରେ ପହଁଚିଥିଲେ ଅଜିତ ।

ଏହାପରେ ୧୯୯୫, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହେବାର ସଫଳତା ପାଇଥିଲେ । ଏନିସିପିରେ ଶରଦଙ୍କ ପରେ ଅଜିତଙ୍କୁ ସବୁଠୁ ଅଧିକ କ୍ଷମତାଶାଳୀ ବୋଲି ବିଚାର କରାଯାଏ । ସେ ମଧ୍ୟ ନିଜ ଚାଚାଙ୍କ ପରେ ପାର୍ଟିର ପୂରା କ୍ଷମତା ହାସଲ କରିବାକୁ ଆଶାୟୀ ଥିଲେ । କିନ୍ତୁ ଶରଦ ଅଜିତଙ୍କ ସ୍ଥାନରେ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ କ୍ଷମତା ଦେବାର ପ୍ରକ୍ରିୟା କରିବା ପରେ ଅଜିତ କ୍ଷୁବ୍ଧ ଓ ଅସନ୍ତୁଷ୍ଟ ହୋଇଥିବା କୁହାଯାଉଛି । ଯେଉଁ ବିଜେପି ବିରୋଧରେ ଅଜିତଙ୍କ ଶାଣିତ ସ୍ୱର ରହିଆସିଛି, ସେହି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଏବେ ଶତମୁଖ ଅଜିତ । ପାୱାର ପରିବାରରେ ଚାଲିଥିବା ପାୱର ଗେମ୍ ଛକାପଞ୍ଝା ମୋଡରେ ରହିଛି । ଏନସିପିରେ ଏବେ କିଏ ବେଶି ପାୱାରଫୁଲ ସିନିୟର ପାୱାର ନା ଜୁନିୟର ପାୱାର ତାହା ଏବେ ବି ସ୍ପଷ୍ଟ ହୋଇପାରୁନି । କିଏ କେତେବେଳେ କାହା କ୍ୟାମ୍ପରେ, କେତେବେଳେ ଏପଟ ପଲ୍ଲା ଭାରି ତ କେତେବେଳେ ସେପଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ