Masthead

ମହାରାଷ୍ଟ୍ରରେ ଆଜି ଯାହା ହେଲା ଓଡ଼ିଶାରେ ଏଭଳି କିଛି ହୋଇଥିଲା ୯ ବର୍ଷ ତଳେ; ସେଠି ଅଜିତ, ଏଠି ଥିଲେ ଭୂପିନ୍ଦର…

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ଅଜିତ ପାୱାର । ସକାଳେ ଥିଲେ ବିରୋଧି ଦଳର ନେତା । ଅପରାହ୍ନରେ ସରକାରର ସଦସ୍ୟ ହୋଇଗଲେ ଉପମୁଖ୍ୟମନ୍ତ୍ରୀ । ଏମିତି ବି ଦିନେ ହୋଇଥିଲା ଓଡ଼ିଶାରେ । ଅଜିତ ମିଶିଛନ୍ତି ସରକାରରେ, ସେ ମିଶିଥିଲେ ସରକାରୀ ଦଳରେ । ମହାରାଷ୍ଟ୍ରରେ ଅଜିତ ପାୱାର, ବିରୋଧୀ ଦଳ ନେତା ଥିଲେ । ବିରୋଧିଙ୍କ କାମ ହେଉଛି ସରକାରଙ୍କ ଦୋଷ ତ୍ରୁଟି ଧରିବା । ଗଣତନ୍ତ୍ରରେ ବିରୋଧିଙ୍କ ପ୍ରମୁଖ ଭୂମିକା ଥାଏ । କିନ୍ତୁ ସେ କ୍ଷମତା ପାଇଁ ମିଶିଗଲେ ସରକାରରେ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଉପମୁଖ୍ୟମନ୍ତ୍ରୀ ହେଲେ । ଯାହା ତାଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇଛି ।

ଠିକ୍ ଦିନେ ଏମିତି ସ୍ଥିତି ଓଡ଼ିଶାରେ ମଧ୍ୟ ହୋଇଥିଲା । ୨୦୦୯ ନିର୍ବାଚନରେ ବିଜେପି, ବିଜେଡ଼ି ଓ କଂଗ୍ରେସ ସମସ୍ତେ ଏକୁଟିଆ ନିର୍ବାଚନ ଲଢିଥିଲେ । ବିଜେପି ଓ ବିଜେଡ଼ିର ଭାଙ୍ଗିଯାଇଥିଲା ମେଂଟ । ଆଶା କରାଯାଉଥିଲା ଯେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । କିନ୍ତୁ କଂଗ୍ରେସର ପ୍ରଦର୍ଶନ ବେଶ ଖରାପ କରିଥିଲା । ମାତ୍ର ୨୭ଟି ସିଟ ଜିତିବାରେ ସମର୍ଥ ହୋଇଥିଲା ଦଳ । ବିରୋଧି ଦଳ ନେତା ହୋଇଥିଲେ ଭୂପିନ୍ଦର ସିଂ । ୫ ବର୍ଷ ପାଇଁ ସେ ଛାୟା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

 

କିନ୍ତୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ପଲଟାଇଥିଲେ ରାଜ୍ୟ ରାଜନୀତିର ସମୀକରଣ । ମାର୍ଚ୍ଚ ମାସରେ ତାଙ୍କର ବିଧାୟକ ସାଥୀ ଅନୁପ ସାଏଙ୍କ ସହ ମିଶିଥିଲେ ସରକାରୀ ଦଳରେ । ଯୋଗ ଦେଇଥିଲେ ବିଜୁ ଜନତା ଦଳରେ । ଯାହା ସେତେବେଳେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କାରଣ ବିରୋଧି ଦଳର ନେତାମାନେ ଦଳ ପରିବର୍ତ୍ତନ କରିବା ଏକ ସାଧାରଣ କଥା । କିନ୍ତୁ ବିରୋଧୀ ଦଳ ନେତାଙ୍କର ଏପରି ଦଳ ପରିବର୍ତନ କରିବା ରାଜନୀତିକୁ ସରଗରମ କରିଦେଇଥିଲା । ଯାହା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଉଠିଥିଲା ନୀତି ଓ ନୈତିକତାର କଥା । ପରବର୍ତ୍ତୀ ସମୟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ନର୍ଲା ଆସନରୁ ବିଜେଡ଼ି ଟିକେଟ ପାଇ ବିଜୟୀ ହୋଇଥିଲେ । ପରେ ତାଙ୍କୁ ହାଉସିଂ ବୋର୍ଡର ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା । ବିଧାନସଭାରେ ସେ କ୍ୟାବିନେଟ ପାହ୍ୟର ପଦବୀରେ ରହିଥିଲେ । ଯାହା ଥିଲା ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ଗରିମା । ବର୍ତ୍ତମାନ ସେ କେବଳ ବିଧାୟକ ଭାବେ ହିଁ କାର୍ଯ୍ୟ କରୁଛନ୍ତି । ତେବେ ରାଜ୍ୟ ରାଜନୀତିରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲେ ମଧ୍ୟ ନୀତି ଓ ନୈତିକତା କଥା ଆସିଲେ ତାଙ୍କ ଦଳ ବଦଳା ନୀତିକୁ ନେଇ ଉଠିଥାଏ ପ୍ରଶ୍ନ । ଯାହା ଆଜି ଅଜିତ ପାୱାରଙ୍କ ପ୍ରସଙ୍ଗରେ ମଧ୍ୟ ଛିଡ଼ା କରିଛି ବଡ଼ ପ୍ରଶ୍ନବାଚୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର