Masthead

ଥମୁନି ଆଦିବାସୀଙ୍କ ଉପରେ ଅତ୍ୟାଚାର, ବାନ୍ଧିଲେ ୮ ଘଣ୍ଟା ଧରି ନିସ୍ତୁକ ପିଟିଲେ

ଇନ୍ଦୋର(ବଡ଼ ଖବର ବ୍ୟୁରୋ): ପୁଣି ଦଳିତଙ୍କ ଉପରେ ଆକ୍ରମଣ । କିଛି ଦିନ ତଳେ ଜଣେ ଆଦିବାସୀଙ୍କ ଉପରେ ପରିସ୍ରା କରିବା ଘଟଣା ସାମ୍ନାକୁ ଆସିଥିଲା । ଆଉ ଏବେ ଇନ୍ଦୋରରୁ ଆସିଛି ଏକ ଘଟଣା । ଇନ୍ଦୋରର ଦୁଇ ଜଣ ଆସିବାସୀଙ୍କୁ ୮ ଘଣ୍ଟା ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ପାଇ ପୋଲିସ ପୀଡିତ ୨ ଆଦିବାସୀ ଯୁବକଙ୍କ ଉଦ୍ଧାର କରି ମେଡିକାଲ ପଠାଇଛି । ଏହାସହ ଏହି ମାମଲାରେ ସଂପୃକ୍ତ ଥିବା ଅପରାଧୀମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ସେପଟେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଶୁକ୍ରବାର ରାତିରେ ବର୍ଷା ହେଉଥିବା ବେଳେ ରଙ୍ଗବାସତ ଗ୍ରାମର ଦୁଇଜଣ ଆଦିବାସୀ ଯୁବକ ଟ୍ରେଜର ଫାଣ୍ଟାସୀ କଲୋନୀ ଦେଇ ଯାଉଥିଲେ । ଏହି ସମୟରେ ଜବାହର କଲୋନୀ ନିକଟରେ ଦୁଇ ଯୁବକ ଯାଉଥିବା ଗାଡିଟି ପଡି ଯାଇଥିଲା । ଏହାପରେ କଲୋନୀରେ ସୁରକ୍ଷାକର୍ମୀ ଥିବା ସୁମିତ ଚୌଧୁରୀ ଯୁବକ ଦୁଇଜଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏସବୁ ନେଇ ଦୁଇ ଯୁବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ଏସବୁ ମଧ୍ୟରେ ଘଟଣା ସ୍ଥଳରେ ସୁମିତ ଚୌଧୁରୀଙ୍କ ସହ ଜୟପାଲ ଓ ପ୍ରେମ ମିଶି ଯୁବକ ଦୁଇଜଣଙ୍କୁ ଉଠାଇ ନେଇଥିଲେ । ଏହାପରେ ସେମାନଙ୍କୁ ବନ୍ଧକ ରଖି ୮ ଘଣ୍ଟା କାଳ ମାଡ ମାରିଥିଲେ । ଏହି ମାଡ ମାରିବା ବେଳର ଭିଡିଓ ମଧ୍ୟ ରେକର୍ଡିଂ କରିଥିଲେ । ପୀଡିତ ୨ ଆଦିବାସୀ ଯୁବକ ଅନ୍ତର ଡାବର ଓ ଶଂକର ଡାବର କହିଛନ୍ତି କି ଗାଡି ଦୁର୍ଘଟଣା କାରଣକୁ ନେଇ ଏଭଳି ଘଟଣା ଘଟିଛି । ଏପରି ଘଟଣାକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କଡ଼ା ଚେତାବନୀ ଦେଇଛନ୍ତି। କିଛି ଦିନ ତଳେ ପ୍ରବେଶ ଶୁକ୍ଳା ନାମକ ଯୁବକ ସିଧି ଜିଲ୍ଲାରେ ଆଦିବାସୀ ଶ୍ରମିକ ରାୱତଙ୍କ ଉପରେ ପରିସ୍ରା କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ତାକୁ ଗିରଫ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼