Masthead

ବିଜେଡି ଏବେ ବ୍ୟୁରୋକ୍ରାଟିକ ଜନତା ଦଳ: ଅନୀଲ ବିଶ୍ୱାଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାଷଣ ଦେବାକୁ ନେଇ ପୁଣି ବର୍ଷିଲା ବିଜେପି । ବିଜେଡି ଆଉ ବିଜୁ ଜନତା ଦଳ ହୋଇନାହିଁ । ବିଜେଡି ଏବେ ବ୍ୟୁରୋକ୍ରାଟିକ ଜନତା ଦଳରେ ପରିଣତ ହୋଇଛି ବୋଲି ତାଚ୍ଛଲ୍ୟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ । ସଚିବମାନେ ଦଳ ଚଳାଉଛନ୍ତି, ବିଜେଡି ଦଳର ନେତାମାନେ ଅଫିସରଙ୍କ ପାଇଁ ଟୁଇଟ କରୁଛନ୍ତି । ନିର୍ବାଚନୀ କିଏ ଟିକେଟ ପାଇବ ତାହା ବ୍ୟୁରୋକ୍ରାଟ ମାନେ ସ୍ଥିର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ରାଜନୈତିକ ଦଳର କାର୍ଯ୍ୟକାରିଣୀରେ ଜଣେ ସଚିବ କିଭଳି ଭାଷଣ ଦେଇପାରିବେ ବୋଲି ପ୍ରଶ୍ନ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କର ଯଦି ରାଜନୀତି କରିବାର ଇଚ୍ଛା ଅଛି ସିଧା ରାଜନୀତିକୁ ଆସନ୍ତୁ । ସରକାରୀ ଚାକିରି କରି ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ଦେବା ସମ୍ବିଧାନ ସମ୍ମତ କି ? ବିଜେଡିରେ ରାଜନୈତିକ ଅସହାୟତା ତିଆରି ହେଲାଣି । ବ୍ୟୁରୋକ୍ରାଟ ମାନେ ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ଦେବା ସହ ନିର୍ବାଚନରେ ଟିକେଟ କାହାକୁ ଦିଆ ହେବ ତାହାର ପ୍ରୋଫାଇଲ୍ ମଧ୍ୟ ତିଆରି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବା ଆଇପିଏସ ଅଫିସର କାହାକୁ ଟିକେଟ ଦିଆଯିବ ସେ ନେଇ ସର୍ଭେ କରୁଛନ୍ତି । ଟିକେଟ ପାଇଁ ବାର୍ଗେନ୍ ମଧ୍ୟ ଆରମ୍ଭ ହୋଇଗଲାଣି ।

ଖଣି ଅଞ୍ଚଳରୁ କେତେ ଟଙ୍କା ଏବଂ ଉପକୂଳରୁ କେତେ ଟଙ୍କା ଦେଲେ ଟିକେଟ ଦିଆଯିବ ସେ ନେଇ ବାର୍ଗେନିଂ ଚାଲିଛି । ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଶାରେ ପଲିଟିକାଲ ଇକୋ ସିଷ୍ଟମ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଛି । ରାଜ୍ୟରେ ବ୍ୟୁରୋକ୍ରାସିର ଅରାଜକତା ଚାଲିଛି । ଆଉ ଏହି ଅରାଜକତା ପାଇଁ ଡିଏନ ଗ୍ରୁପ, ପ୍ରଶାନ୍ତ ରାଉତଙ୍କ ଭଳି ଦୁର୍ନୀତଖୋରଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ ହେଉଛି । ଓଡ଼ିଶାରେ କଳା ଟଙ୍କାର ବ୍ୟବସାୟ ତିଆରି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!