Masthead

ରହସ୍ୟ ଘେରରେ ଦୁଇ ଭଉଣୀଙ୍କ ନିଖୋଜ ଘଟଣା

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ): ମିଳୁନି ନିଖୋଜ ଦୁଇ ଭଉଣୀଙ୍କ ଖୋଜ ଖବର। ଅନମୋଲ ଓ ଆଞ୍ଚଳ ଅଗ୍ରୱାଲ ମୃତ ନା ଜୀବିତ । ଏନେଇ ମନରେ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି। ଦୁଇ ଭଉଣୀ ନଦୀକୁ ଡେଇଁବା ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ଏଯାଏଁ ପୋଲିସ୍ କିଛି ସୁରାକ ପାଇନି। ଉଭୟ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇନଥିବାରୁ ଉଭୟଙ୍କ ନିଖୋଜ ଘଟଣା ଏବେବି ରହସ୍ୟ ଘେରରେ ରହିଯାଇଛି । ତେବେ ନଦୀକୁ ଡେଇଁବା ପଛର କାରଣ କଣ ହୋଇ ଥାଇପାରେ । କେହି କେହି ଏହାକୁ ପାରିବାରିକ କଳହରୁ ଜୀବନ ହାରିଥିବା ବେଳେ ଆଉ କେହି ପ୍ରେମଜନିତ ଯୋଗୁଁ ଉଭୟ ଭଉଣୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କହୁଛନ୍ତି। ହେଲେ ଏନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାରୁ ଘଟଣା ନେଇ ଦିନକୁ ଦିନ ସନ୍ଦେହ ବଢିବାକୁ ଲାଗିଛି । ତେବେ ଏକା ସାଥିରେ ଦୁଇ ଭଉଣୀ କାହିଁକି ଆତ୍ମହତ୍ୟା କଲେ । କାହିିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ସମସ୍ତଙ୍କୁ ଚକିତ କରିଛି।

ଏହି ଘଟଣାରେ ତୁଷୁରା ପୋଲିସ୍, ଗୁଡଭେଲା ଅଗ୍ନିଶମ ବିଭାଗ ଓ ବଲାଙ୍ଗିର ଓଡ୍ରାଫ୍ ଟିମ୍ ସର୍ଚ୍ଚ ଅପରେସନ ଚଳାଇଛନ୍ତି। ଗତକାଲିଠାରୁ ଖୋଜା ଖୋଜି ଚାଲି ଥିଲେ ବି ଏଯାଏଁ କୌଣସି ଖୋଜ ଖବର ମିଳିନି। ନଦୀରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। କିନ୍ତୁ ନିଖୋଜ ଦୁଇ ଭଉଣୀଙ୍କ ସମ୍ପର୍କରେ ଏଯାବତ୍ କିଛି ସୁରାକ ପାଇପାରିନି ପୋଲିସ୍। ତେବେ ଏଯାଏଁ ଉଭୟଙ୍କ ମୃତ ଦେହ ଉଦ୍ଧାର କରାଯାଇ ନଥିବାରୁ ସେମାନେ ଜୀବିତ ନା ମୃତ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। କେବଳ ତୁଷୁରା ବ୍ରିଜ ଉପରେ କେବଳ ସ୍କୁଟି ଓ ଜୋତା ମିଳିଥିବା ବେଳେ ଉଭୟଙ୍କ ସନ୍ଧାନ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ। ଘଟଣା ଅନୁଯାୟୀ, ଗତକାଲି ତୁଷୁରା ବ୍ରିଜ ଉପରୁ ଦୁଇ ଭଉଣୀ ତେଲ ନଦୀକୁ ଡେଇଁ ଥିବା ଚର୍ଚ୍ଚା ହେଉଛି। ତୁଷୁରାର ଗୋଟିଏ ପରିବାର ଦୁଇ ଭଉଣୀ ଅନମୋଲ ଅଗ୍ରୱାଲ ଓ ଆଞ୍ଚଲ୍ ଅଗ୍ରୱାଲ ନଦୀକୁ ଡେ଼ଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି। ବ୍ରିଜ ନିକଟରୁ ଗୋଟିଏ ସ୍କୁଟି ଓ ଚପଲ ଉଦ୍ଧାର କରି ଘଟଣାର ଛାନ ଭିନ୍ ଚଳାଇଛି ପୋଲିସ୍। ଅନ୍ୟପଟେ ଅଗ୍ନିଶମ ବିଭାଗ ଓ ଓଡ୍ରାପ୍ଟ ଟିମ୍ ଉଦ୍ଧାର କାର୍ୟ୍ୟ ଚଳାଇଥିବା ବେଳେ ଏଯାଏଁ ଦୁଇ ଭଉଣୀଙ୍କ ସମ୍ପର୍କରେ କିଛି ସନ୍ଧାନ ମିଳି ପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ