Masthead

ସହାୟତା ଅପେକ୍ଷାରେ କୁନି ଝିଅ

ବୈପାରିଗୁଡ଼ା,(ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଦୁର୍ଗା ମନ୍ଦିର ସାହିର ସମୀର ନାୟକଙ୍କ ପାଞ୍ଚ ବର୍ଷର ଝିଅ ଦେବୀ । ଖେଳିବା ବୁଲିବା ବୟସରେ ଦେବୀ ଉପରେ ଦାଉ ସାଧିଛି ଦଇବ । ଜନ୍ମରୁ ହୃଦରୋରେ ପୀଡ଼ିତ ଥିବା ଦେବୀ ଉପରକୁ ଜନ୍ମର ଦୁଇବର୍ଷ ପରେ ଆଉ ଏକ ବିପଦ ମାଡ଼ି ଆସିଥିଲା । ଦେହ ଦୁର୍ବଳ ହେବାକୁ ଲାଗିବାରୁ ପରିବାର ଲୋକେ ମେଡିକାଲ ନେଇଲେ । ସେଠାରେ ତାଙ୍କ ମଧୂମେହ ଥିବା କହିଥିଲେ ଡାକ୍ତର । ପେସାରେ ଡ୍ରାଇଭର ଥିବା ସମୀର ଝିଅର ଚିକିତ୍ସା ପାଇଁ କୋରାପୁଟ ଠାରୁ ଆରମ୍ଭ ବିଶାଖାପାଟଣା ଧାଇଁ ଧାଇଁ ନୟାନ୍ତ ହେଲେଣି । ପ୍ରତିଦିନ ସୁଗାର ପରୀକ୍ଷା ସହ ଦିନକୁ ଚାରିଥର ଇନସୁଲିନ ନେଉଛି ଦେବୀ । ମଧୁମେହ ଥିବା କାରଣରୁ ହୃତପିଣ୍ଡର ଅପରେସନ ମଧ୍ୟ ହୋଇ ପାରୁନି । ତେବେ କରୋନା କାରଣରୁ ଲକଡ଼ାଉନ ସଟଡ଼ାଉନ ଭିତରେ ନିଜର ରୋଜଗାର ହରାଇଥିବା ସମୀର ଏବେ ଚିନ୍ତାରେ । କିଛି ସରକାରୀ ସହାୟତା ମିଳିଲେ ଝିଅ ସୁସ୍ଥ ହୋଇ ପାରିବ ବୋଲି କୋହଭରା କଣ୍ଠରେ କହିଛନ୍ତି ସମୀର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା