Masthead

ସହାୟତା ଅପେକ୍ଷାରେ କୁନି ଝିଅ

ବୈପାରିଗୁଡ଼ା,(ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଦୁର୍ଗା ମନ୍ଦିର ସାହିର ସମୀର ନାୟକଙ୍କ ପାଞ୍ଚ ବର୍ଷର ଝିଅ ଦେବୀ । ଖେଳିବା ବୁଲିବା ବୟସରେ ଦେବୀ ଉପରେ ଦାଉ ସାଧିଛି ଦଇବ । ଜନ୍ମରୁ ହୃଦରୋରେ ପୀଡ଼ିତ ଥିବା ଦେବୀ ଉପରକୁ ଜନ୍ମର ଦୁଇବର୍ଷ ପରେ ଆଉ ଏକ ବିପଦ ମାଡ଼ି ଆସିଥିଲା । ଦେହ ଦୁର୍ବଳ ହେବାକୁ ଲାଗିବାରୁ ପରିବାର ଲୋକେ ମେଡିକାଲ ନେଇଲେ । ସେଠାରେ ତାଙ୍କ ମଧୂମେହ ଥିବା କହିଥିଲେ ଡାକ୍ତର । ପେସାରେ ଡ୍ରାଇଭର ଥିବା ସମୀର ଝିଅର ଚିକିତ୍ସା ପାଇଁ କୋରାପୁଟ ଠାରୁ ଆରମ୍ଭ ବିଶାଖାପାଟଣା ଧାଇଁ ଧାଇଁ ନୟାନ୍ତ ହେଲେଣି । ପ୍ରତିଦିନ ସୁଗାର ପରୀକ୍ଷା ସହ ଦିନକୁ ଚାରିଥର ଇନସୁଲିନ ନେଉଛି ଦେବୀ । ମଧୁମେହ ଥିବା କାରଣରୁ ହୃତପିଣ୍ଡର ଅପରେସନ ମଧ୍ୟ ହୋଇ ପାରୁନି । ତେବେ କରୋନା କାରଣରୁ ଲକଡ଼ାଉନ ସଟଡ଼ାଉନ ଭିତରେ ନିଜର ରୋଜଗାର ହରାଇଥିବା ସମୀର ଏବେ ଚିନ୍ତାରେ । କିଛି ସରକାରୀ ସହାୟତା ମିଳିଲେ ଝିଅ ସୁସ୍ଥ ହୋଇ ପାରିବ ବୋଲି କୋହଭରା କଣ୍ଠରେ କହିଛନ୍ତି ସମୀର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ