Masthead

କୁନି ପିଲାଙ୍କୁ ନିମ୍ନମାନର ପୋଷାକ

ନୀଳଗିରି ,(ବଡ଼ ଖବର ବ୍ୟୁରୋ): ଅଙ୍ଗନୱାଡ଼ି ପିଲାଙ୍କୁ ପୋଷାକ ବିତରଣରେ ବାରି ହୋଇପଡୁଛି ଦୁର୍ନୀତିର ଗନ୍ଧ । ଅନୀୟମିତା ଓ ହେରଫେର ଘଟଣାର ପର୍ଦ୍ଦାଫାସ କରିଛନ୍ତି ନିଜେ ଅଙ୍ଗନୱାଡି କର୍ମୀ । କୁନି କୁନି ପିଲାଙ୍କୁ ନମ୍ନମାନର ପୋଷାକ ଦିଆଯାଉଛି ବୋଲି ଏବେ ଅଭିଯୋଗ ଉଠୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରୁ ଆସିଛି ଏଭଳି ଅଭିଯୋଗ । ଆଜି ନୀଳଗିରି ସିଡିପିଓ କାଞ୍ଚନ ରାମାଙ୍କୁ ଭେଟି ଅବଗତ କରାଇଛନ୍ତି ପୌରାଞ୍ଚଳର ୩୮ କେନ୍ଦ୍ରର ଅଙ୍ଗନୱାଡି କର୍ମୀ । ପିଲାଙ୍କୁ ସିଲେଇ ପୋଷାକ ପରିବର୍ତ୍ତେ ରେଡ଼ିମେଡ଼ ପୋଷାକ ଦିଆଯାଉଥିବା ଅଭିଯୋଗ କରିଛନ୍ତି କର୍ମୀ ।

ପୌରାଞ୍ଚଳର ୩୮ଟି କେନ୍ଦ୍ରର ପ୍ରାୟ ୧୨୦୦ ପିଲାଙ୍କୁ ସିଲେଇ ପୋଷାକ ଯୋଗାଇବା ପାଇଁ ବାବା ସିରିଡ଼ି ସାଇ ମହାସଂଘ ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠିକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ମାତ୍ର ତିନଦିନ ମଧ୍ୟରେ ଏତେ ପୋଷାକ କେମିତି ସିଲେଇ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଅଙ୍ଗନୱାଡି କର୍ମୀମାନେ । ଏନେଇ ସିଡିପିଓଙ୍କୁ ପଚାରିବାରୁ ଏବାବଦରେ ସେ କିଛି କହିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ