Masthead

କୁନି ପିଲାଙ୍କୁ ନିମ୍ନମାନର ପୋଷାକ

ନୀଳଗିରି ,(ବଡ଼ ଖବର ବ୍ୟୁରୋ): ଅଙ୍ଗନୱାଡ଼ି ପିଲାଙ୍କୁ ପୋଷାକ ବିତରଣରେ ବାରି ହୋଇପଡୁଛି ଦୁର୍ନୀତିର ଗନ୍ଧ । ଅନୀୟମିତା ଓ ହେରଫେର ଘଟଣାର ପର୍ଦ୍ଦାଫାସ କରିଛନ୍ତି ନିଜେ ଅଙ୍ଗନୱାଡି କର୍ମୀ । କୁନି କୁନି ପିଲାଙ୍କୁ ନମ୍ନମାନର ପୋଷାକ ଦିଆଯାଉଛି ବୋଲି ଏବେ ଅଭିଯୋଗ ଉଠୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରୁ ଆସିଛି ଏଭଳି ଅଭିଯୋଗ । ଆଜି ନୀଳଗିରି ସିଡିପିଓ କାଞ୍ଚନ ରାମାଙ୍କୁ ଭେଟି ଅବଗତ କରାଇଛନ୍ତି ପୌରାଞ୍ଚଳର ୩୮ କେନ୍ଦ୍ରର ଅଙ୍ଗନୱାଡି କର୍ମୀ । ପିଲାଙ୍କୁ ସିଲେଇ ପୋଷାକ ପରିବର୍ତ୍ତେ ରେଡ଼ିମେଡ଼ ପୋଷାକ ଦିଆଯାଉଥିବା ଅଭିଯୋଗ କରିଛନ୍ତି କର୍ମୀ ।

ପୌରାଞ୍ଚଳର ୩୮ଟି କେନ୍ଦ୍ରର ପ୍ରାୟ ୧୨୦୦ ପିଲାଙ୍କୁ ସିଲେଇ ପୋଷାକ ଯୋଗାଇବା ପାଇଁ ବାବା ସିରିଡ଼ି ସାଇ ମହାସଂଘ ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠିକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ମାତ୍ର ତିନଦିନ ମଧ୍ୟରେ ଏତେ ପୋଷାକ କେମିତି ସିଲେଇ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଅଙ୍ଗନୱାଡି କର୍ମୀମାନେ । ଏନେଇ ସିଡିପିଓଙ୍କୁ ପଚାରିବାରୁ ଏବାବଦରେ ସେ କିଛି କହିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ