Masthead

ଓଡ଼ିଶା ହାଇକୋର୍ଟରେ ଯୋଡ଼ିହେଲା ଐତିହାସିକ ଫର୍ଦ

କଟକ (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ଖଣ୍ଡପୀଠରେ ୭୫ ମାମଲାର ରାୟ ଶୁଣାଣି ହୋଇଛି । ଏହା ଓଡ଼ିଶା ଇତିହାସର ଏକ ଗରିମାମୟ ଫର୍ଦ ପାଲଟିଯାଇଛି । ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଯୋଗଦାନର ଅବ୍ୟବହିତ ପୂର୍ବରୁ ଗୋଟିଏ ଦିନରେ ୭୫ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବା ଭାରତର ନ୍ୟାୟିକ ଇତିହାସକୁ ଗୌରବାନ୍ୱିତ କରିଛି । ଉଚ୍ଚନ୍ୟାୟାଳୟର ସମସ୍ତ ଐତିହାସିକ କୃତିତ୍ୱ ସହ ବର୍ତ୍ତମାନର ଏହି ୭୫ ଫୌଜଦାରୀ ମାମଲାର ରାୟ ଗତ ୭ଦଶକ ତୁଳନାରେ ନ୍ୟାୟିକ ବ୍ୟବସ୍ଥାର ଅଗ୍ରଗତିକୁ ପ୍ରମାଣିତ କରିଛି ।

ବିଚାରପତି ଦେବବ୍ରତ ଦାଶ ଓ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ସୋମବାର ୭୫ ଟି ଫୌଜଦାରୀ ମାମଲାର ରାୟ ପ୍ରକାଶ କରିଛନ୍ତି । ଏହା ଦେଶର ସାମ୍ବିଧାନିକ ତଥା ଆଇନ ବ୍ୟବସ୍ଥାକୁ ସୁଦୃଢ କରିପାରିଛି ଏହି ଫୌଜଦାରୀ ମାମଲା ଗୁଡିକ ଗତ ୭ ବର୍ଷ ବା ତାଠାରୁ ଉଦ୍ଧ୍ୱର୍ ସମୟ ଧରି ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ଥିଲା । ସମସ୍ତ ମାମଲା ରାଜ୍ୟର ଜିଲ୍ଲା ଅଦାଲତଙ୍କ ରାୟକୁ ବିରୋଧ କରି ଉଚ୍ଚନ୍ୟାୟାଳୟରେ ବିଚାର ପାଇଁ ପଡ଼ି ରହିଥିଲା । ସମଗ୍ର ମାମଲା ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୨ ହତ୍ୟା ମାମଲା ଥିଲା । ୨୦୨୩ ଜୁନ ୨୧ରୁ ଏହି ମମଲାଗୁଡ଼ିକର ଶୁଣାଣି ଚାଲିଥିଲା । ବିଶେଷ କରି ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତିର ଯାତ୍ରାରେ ଯୋଗଦେଉଥିବା ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ପ୍ରତି ଏହା ଏକ ବଡ଼ ସମ୍ମାନ ହୋଇପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ