Masthead

ଦୃଷ୍ଟିବାଧିତ ହୋଇ ମଧ୍ୟ ମେକାନିକ୍ ସାଜିଛନ୍ତି ସୁରେଶ, ସଜାଡ଼ୁଛନ୍ତି ବୈଦୁତିକ ଉପକରଣ

ତାମିଲନାଡ଼ୁ(ବଡ଼ ଖବର ବ୍ୟୁରୋ): ବୟସ ୩୨ ବର୍ଷ । ନାଁ ସୁରେଶ କୁମାର । ତାମିଲନାଡ଼ୁର କୋଏମ୍ବାଟୁରରେ ରହିଛି ତାଙ୍କର ଦୋକାନ । ଯେଉଁଠି ସେ ଫ୍ୟାନ, ୱାଶିଂ ମେସିନ, ଫ୍ରିଜ, ଏଲପିଜି ଚୁଲା ପରି ଇଲେକ୍ଟି୍ରକାଲ ଉପକରଣ ଗୁଡିକର ମରାମତି କରନ୍ତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସୁରେଶ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ । ଆଖିରେ ଦେଖି ନ ପାରିଲେ ବି ସେ ସବୁ ଦେଖିଲା ପରି ଇଲେକ୍ଟିକ୍ ଜିନିଷ ଗୁଡ଼ିକର ମରାମତି କରନ୍ତି । କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ସାଧାରଣତଃ ବିଜୁଳି ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ହେଲେ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । ଏବଂ ବିନା ଦେଖି ଏଥିରେ କାମ କରିବା ନିଶ୍ଚିତ ଆଶ୍ଚର୍ଯ୍ୟର କଥା । କେବଳ ହାତ ବାରି ବାରି ଓ ଉପକରଣରୁ ବାହାରୁଥିବା ଶବ୍ଦକୁ ଶୁଣି କରିଥାନ୍ତି କାମ ।

ତେବେ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା । ସେ ଯେତେବେଳେ ଏହି ବ୍ୟବସାୟ ଆରମ୍ଭ କରିଥିଲେ ସେତେବେବେଳ ଲୋକେ ତାଙ୍କ ଉପରେ ଭରଷା ଜୁଟାଇ ପାରୁନଥିଲେ । ମାତ୍ର କିଛି ପରିମାଣର କାମ ଦେଉଥିଲେ । କିନ୍ତୁ ଯେତେବେଳେ ତାଙ୍କ କାମ ଲୋକଙ୍କୁ ପସନ୍ଦ ଆସିଲା, ସେତେବେଳେ ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲା । ଏବେ ତାଙ୍କ ପାଖରେ ରହିଛି ଅନେକ କାମ । ସେ ଯେତେବେଳେ ୬ ବର୍ଷର ଥିଲେ, ସେତେବେଳେ ତାଙ୍କୁ ବ୍ରେନ ଫିଭର ହୋଇଥିଲା । ରୋଗାଗ୍ରସ୍ତ ହୋଇ ସେ ହରାଇଲେ ଦୃଷ୍ଟିଶକ୍ତି । ଏବଂ ଧୀରେ ଧୀରେ ପାଲଟିଗଲେ ଦୃଷ୍ଟିବାଧିତ । କିନ୍ତୁ ତାଙ୍କର ଏହି ଅକ୍ଷମତା ପାଇଁ ସେ ଭାଙ୍ଗି ପଡିନଥିଲେ । ବରଂ ଏହାକୁ ଏଡାଇ ଆଗକୁ ଆଗେଇ ଚାଲିଥିଲେ । ଦିବ୍ୟାଙ୍ଗ ହୋଇ ମଧ୍ୟ ବିଦ୍ୟାଙ୍ଗତାକୁ ଖାତିର କରିନଥିଲେ । ଏବଂ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା