Masthead

ବିରୋଧୀ ଡରୁଛନ୍ତି, ସେଥିପାଇଁ ଆଲୋଚନାରୁ ଦୂରେଇ ଯାଉଛନ୍ତି: ପୀୟୁଷ ଗୋୟଲ

ମଣିପୁର (ବଡ଼ ଖବର ବ୍ୟୁରୋ): ସଂସଦରେ ମଣିପୁର ତାତି । ବିରୋଧୀଙ୍କ ଆରୋପ ଓ ସରକାରଙ୍କ ପ୍ରତ୍ୟାରୋପ ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ମଣିପୁରବାସୀ । ବିରୋଧୀ ମେଂଟ ଇଣ୍ଡିଆ ମଣିପୁରରୁ ଫେରିବା ପରେ ସରଗରମ ହୋଇପଡିଛି ସଂସଦ । ହିଂସା ପାଇଁ ମଣିପୁର ପୋଲିସକୁ ନେଇ ଦାୟୀ କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ । ସେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡିଛି । ମଣିପୁରରେ କ୍ୟାମ୍ପ ବୁଲି ପ୍ରଭାବିତ ଲୋକଙ୍କୁ ଭେଟିଥିଲା ଇଣ୍ଡିଆ । ଶରଣାର୍ଥୀ ଶିବିରରେ ଥିବା ଲୋକଙ୍କ ଦୁଃଖ ରାଜ୍ୟପାଳଙ୍କୁ ଅବଗତ କରାଇଛି ଇଣ୍ଡିଆ । ଅଧୀର ରଂଜନ ଚୌଧୁରୀ କହିଛନ୍ତି ଦେଶକୁ ବଂଚାଇବାର ଅଛି । ବିଜେପି ସମର୍ଥିତ ସବୁ ରାଜନୈତିକ ଦଳ ମଣିପୁର ଯାଇ ଯାଇ ସ୍ଥିତି ସମୀକ୍ଷା କରିବା ଆକଶ୍ୟକ ।

ସେପଟେ ରାଜ୍ୟସଭାରେ ଲିଡର ଅଫ ଦି ହାଉସ ପୀୟୁଷ ଗୋୟଲ କହିଛନ୍ତି, ଆମେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସ୍ପଷ୍ଟ ଭାବେ କହିଛୁ ସେ ଯେତେବେଳେ ଚାହିଁବେ ଆମେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରାଜି ଅଛୁ । ଆମେ ବିରୋଧୀଙ୍କୁ ୧୦ଦିନ ଆଲୋଚନା କରିବାକୁ ଅନୁରୋଧ କରୁଛୁ । ବିରୋଧୀ ଡରୁଛନ୍ତି, ସେଥିପାଇଁ ଆଲୋଚନାରୁ ଦୂରେଇ ଯାଉଛନ୍ତି ।

ଇଣ୍ଡିଆ ଓ ଏନ୍ଡିଏର ରାଜନୀତି ଭିତରେ ମଣିପୁରବାସୀଙ୍କ ଭାଗ୍ୟ ଝୁଲୁଛି । ହିଂସା ଥମୁନି । ପ୍ରତିଦିନ ଧନଜୀବନ ବିପନ୍ନ ହେବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ