ତଦନ୍ତ ହେଲେ ଆହୁରି ସତ୍ୟ ସାମ୍ନାକୁ ଆସିବ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବଡ଼ ବୟାନ । କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ବିରୋଧରେ ତଦନ୍ତ ହେଲେ ହିଁ ସତ୍ୟ ଆହୁରି ସାମ୍ନାକୁ ଆସିବ । ବିଧାନସଭାରେ ମୁଁ କହୁଥିଲି ଗୁଳି ବାଜିବା କ୍ଷଣି ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲ୍ ନିଆ ଯାଇଛି। ହସ୍ପିଟାଲକୁ ନେବା ପରେ ତାଙ୍କର ପଲ୍ସ, ଇସିଜି ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା କଥା ତାପରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା କଥା। ଆଉଟଡୋରରୁ ଲେଖା ହୋଇଥିବା ପେ୍ରସକିଶନ ଲେଖା ଅଛି ସେଥିରେ ଏ ସବୁ କିଛି ନାହିଁ।

ଖାଲି ଲେଖା ହୋଇଛି ତାଙ୍କୁ ଭୁବନେଶ୍ୱର ନିଆଯାଉ। ସାଧାରଣତଃ ଏଭଳି ହୁଏ ନାହିଁ। ଗାଇଡଲାଇନ ଏବଂ ଏସଓପିକୁ ଉଲଂଘନ ହୋଇଛି। ଏଥିରୁ ସ୍ପଷ୍ଟ କି ସରକାରଙ୍କ ବ୍ୟଗ୍ରତା କିଛି ଲୁଚାଇବା ପାଇଁ। ଇସିଜି ଯେଉଁ ଭାଇରାଲ ହେଉଥିଲା ସେଥିରେ ବି ସ୍ପଷ୍ଟ ଥିଲା ତାଙ୍କର ସେଠି ମୃତ୍ୟୁ ଘଟିଥିଲା। ଏଠୁ ଜଣାପଡୁଛି ଯେ ନବ ଦାସଙ୍କ ମୃତଦେହ ଭୁବନେଶ୍ୱରକୁ ଅଣାଯାଇଥିଲା। ଆଣିବା ସମୟରେ ଜୀବିତ ନଥିଲେ । ପ୍ରଥମ ଯେଉଁ ଡାକ୍ତର ତାଙ୍କୁ ଦେଖିଛନ୍ତି ଏବଂ ଘଂଟାଏ ଧରି ତାଙ୍କର କେହି ପରୀକ୍ଷା ନିରୀକ୍ଷା କରିନାହାନ୍ତି।

ସିଡିଏମଓ ବର୍ତ୍ତମାନ ଯେଉଁ ଉତ୍ତର ଦେଉଛନ୍ତି ଏବଂ ଭୁବନେଶ୍ୱର ଅପୋଲ ହସ୍ପିଟାଲରେ ଯେଉଁମାନେ କହୁଛନ୍ତି ଆମେ ଅପରେସନ କରିଛୁ ଏ ସମସ୍ତଙ୍କ ବିରୋଧରେ ଅନୁସନ୍ଧାନ ହେବ ଆବଶ୍ୟକ । ନିରପେକ୍ଷ ହେବା ଦରକାର। ତାଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡିତ କରାଯାଉ। କଂଗ୍ରେସ ବିଧାନସଭାରେ ଉଠାଇ ଆସିଛି ଆଗକୁ ମଧ୍ୟ ଉଠାଇବ । ସମସ୍ତେ ମଧ୍ୟ ଉଠାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ