Masthead

ତଦନ୍ତ ହେଲେ ଆହୁରି ସତ୍ୟ ସାମ୍ନାକୁ ଆସିବ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବଡ଼ ବୟାନ । କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ବିରୋଧରେ ତଦନ୍ତ ହେଲେ ହିଁ ସତ୍ୟ ଆହୁରି ସାମ୍ନାକୁ ଆସିବ । ବିଧାନସଭାରେ ମୁଁ କହୁଥିଲି ଗୁଳି ବାଜିବା କ୍ଷଣି ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲ୍ ନିଆ ଯାଇଛି। ହସ୍ପିଟାଲକୁ ନେବା ପରେ ତାଙ୍କର ପଲ୍ସ, ଇସିଜି ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା କଥା ତାପରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା କଥା। ଆଉଟଡୋରରୁ ଲେଖା ହୋଇଥିବା ପେ୍ରସକିଶନ ଲେଖା ଅଛି ସେଥିରେ ଏ ସବୁ କିଛି ନାହିଁ।

ଖାଲି ଲେଖା ହୋଇଛି ତାଙ୍କୁ ଭୁବନେଶ୍ୱର ନିଆଯାଉ। ସାଧାରଣତଃ ଏଭଳି ହୁଏ ନାହିଁ। ଗାଇଡଲାଇନ ଏବଂ ଏସଓପିକୁ ଉଲଂଘନ ହୋଇଛି। ଏଥିରୁ ସ୍ପଷ୍ଟ କି ସରକାରଙ୍କ ବ୍ୟଗ୍ରତା କିଛି ଲୁଚାଇବା ପାଇଁ। ଇସିଜି ଯେଉଁ ଭାଇରାଲ ହେଉଥିଲା ସେଥିରେ ବି ସ୍ପଷ୍ଟ ଥିଲା ତାଙ୍କର ସେଠି ମୃତ୍ୟୁ ଘଟିଥିଲା। ଏଠୁ ଜଣାପଡୁଛି ଯେ ନବ ଦାସଙ୍କ ମୃତଦେହ ଭୁବନେଶ୍ୱରକୁ ଅଣାଯାଇଥିଲା। ଆଣିବା ସମୟରେ ଜୀବିତ ନଥିଲେ । ପ୍ରଥମ ଯେଉଁ ଡାକ୍ତର ତାଙ୍କୁ ଦେଖିଛନ୍ତି ଏବଂ ଘଂଟାଏ ଧରି ତାଙ୍କର କେହି ପରୀକ୍ଷା ନିରୀକ୍ଷା କରିନାହାନ୍ତି।

ସିଡିଏମଓ ବର୍ତ୍ତମାନ ଯେଉଁ ଉତ୍ତର ଦେଉଛନ୍ତି ଏବଂ ଭୁବନେଶ୍ୱର ଅପୋଲ ହସ୍ପିଟାଲରେ ଯେଉଁମାନେ କହୁଛନ୍ତି ଆମେ ଅପରେସନ କରିଛୁ ଏ ସମସ୍ତଙ୍କ ବିରୋଧରେ ଅନୁସନ୍ଧାନ ହେବ ଆବଶ୍ୟକ । ନିରପେକ୍ଷ ହେବା ଦରକାର। ତାଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡିତ କରାଯାଉ। କଂଗ୍ରେସ ବିଧାନସଭାରେ ଉଠାଇ ଆସିଛି ଆଗକୁ ମଧ୍ୟ ଉଠାଇବ । ସମସ୍ତେ ମଧ୍ୟ ଉଠାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ