Masthead

ବନ୍ୟାପ୍ରବଣ ସ୍ଥାନରେ ଆଦିବାସୀ କଲୋନୀ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ବନ୍ୟା ପ୍ରପୀଡ଼ିତ ଆଦିବାସୀ ମାନଙ୍କୁ ଥଇଥାନ ଯୋଜନାର ବିକଳ ଚିତ୍ର। ନଦୀବନ୍ଧ କଡରୁ ଉଠାଇ ନେଇ ଖାଲୁଆ ବନ୍ୟାପ୍ରବଣ ସ୍ଥାନରେ ଆଦିବାସୀ କଲୋନୀ ନିର୍ମାଣ କରାଯାଇଛି। ସାମାନ୍ୟ ବନ୍ୟାଜଳ ଆସିଲେ ବୁଡିଯାଉଛି ଆଦିବାସୀ କଲୋନୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ପଞ୍ଚାୟତର ମୁଣ୍ଡା ସାହିରେ।

ମହାନଦୀ ମୁଖ୍ୟ ନଦୀବନ୍ଧ ତଥା ତାଳଦଣ୍ଡା କେନାଲବନ୍ଧ କଡରେ ଦୀର୍ଘ ୫୦ ବର୍ଷ ତଳୁ ବସବାସ କରି ଆସୁଛନ୍ତି ମୁଣ୍ଡା ସାହିର ଏହି ଆଦିବାସୀ ପରିବାର।ଏହି ଆଦିବାସୀ ପରିବାର ସଂଖ୍ୟା ଏବେ କୋଡିଏ ଟପିଲାଣି। ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ ଦୁଖଃ ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି ଏହି ଆଦିବାସୀ ପରିବାର।ଏମାନଙ୍କ ଏହି ଦୁଖଃ ଦୁର କରିବା ପାଇଁ ପ୍ରଶାସନ ପକ୍ଷରୁ ୨୦୧୯-୨୦ଆର୍ଥିକ ବର୍ଷରେ ୨୦ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରାଯାଇଛି ।

ନଦୀବନ୍ଧ କଡରୁ ଆଣି ନଦୀପଠାର ଖାଲୁଆ ସ୍ଥାନ ଗୋପିଆକୂଦରେ ଆଦିବାସୀ କଲୋନୀ ନିର୍ମାଣ କରାଯାଇଛି। ଉଚ୍ଚ ସ୍ଥାନରେ ବସବାସ କରୁଥିବା ପଡୋଶୀ ମାନେ ମଧ୍ୟ ଆଦିବାସୀ କଲୋନୀ ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଖାଲୁଆ ନଦୀପଠାରେ ଆଦିବାସୀଙ୍କ ପାଇଁ ଥଇଥାନ କଲୋନୀ ନିର୍ମାଣ ସାଙ୍ଗକୁ ଗୋଟିଏ ଛାତତଳେ ଦୁଇଟି ପରିବାରକୁ ଥଇଥାନ କେତେ ଠିକ୍ ତାହା ତଦନ୍ତ ହେବାର ଆବଶ୍ୟକତା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ