Masthead

ଭାରତର ପ୍ରଥମ ସମୁଦ୍ରୟାନ ମିଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମିଶନ ଚନ୍ଦ୍ରାୟନ-୩ ପରେ ଏବେ ଗଭୀର ସମୁଦ୍ର ମଧ୍ୟକୁ ଯିବା ଲାଗି ଉଦ୍ୟମ ଜାରି ରଖିଛି ଭାରତ । ଭାରତର ସବମର୍ସିବଲ୍ ‘ମତ୍ସ୍ୟ ୬୦୦୦’ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହି ମିଶନରେ ସମୁଦ୍ରର ପ୍ରାୟ ୬ କିମି ବା ୬୦୦୦ ମିଟର ଗଭୀରକୁ ଯିବେ ଭାରତୀୟ ବୈଜ୍ଞାନିକ । ତେବେ ୩ ଜଣ ମନୁଷ୍ୟକୁ ଧରି ସମୁଦ୍ର ଭିତରକୁ ଯିବାକୁ ଥିବା ଏହି ସବମର୍ସିବଲ୍ ‘ମତ୍ସ୍ୟ୬୦୦୦’ ନିର୍ମାଣ କାର୍ଯ୍ୟ ଜାରି ଥିବା ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ କିରନ ରିଜ୍ଜୁ । ଏହି ସମୁଦ୍ରାୟନ ମିଶନର ମୂଳ ଉଦେ୍ଦଶ୍ୟ ହେଉଛି ସମୁଦ୍ର ମଧ୍ୟରେ ଲୁ୍କ୍କାୟିତ ଅବସ୍ଥାରେ ଥିବା ଖଣିଜ ପଦାର୍ଥର ଉପଯୋଗ କରି ଦେଶର ଅଭିବୃଦ୍ଧି କରିବା ଏବଂ ସମୁଦ୍ର ମଧ୍ୟରେ ଥିବା ଜୈବ ବିବିଧତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା । ଏଥିଲାଗି ବୈଜ୍ଞାନିକମାନେ ନିରନ୍ତର ଭାବେ ଉଦ୍ୟମ ଜାରି ରଖିଛନ୍ତି । ‘ମତ୍ସ୍ୟ ୬୦୦୦’ରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଉପକରଣ, ସେନ୍ସର ଆଦି ଲଗାଯାଊଛି । ଏହି ସବମର୍ସିବଲ ମଧ୍ୟରେ ୩ ଜଣ ମନୁଷ୍ୟ ବସିବା ଲାଗି ବ୍ୟବସ୍ଥା ହୋଇଛି । ଚେନ୍ନାଇ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଟେକ୍ନୋଲୋଜିଠାରେ ଏହାର ନିର୍ମାଣ ପ୍ରକ୍ରିୟା ଜାରି ରହିଛି ।‘ମତ୍ସ୍ୟ ୬୦୦୦’ଗଭୀର ସମୁଦ୍ର ମଧ୍ୟରେ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିପାରିବ । ତଥାପି କୌଣସି ବିପଦକାଳୀନ ସ୍ଥିତିରେ ଏହି ସବମର୍ସିବଲ ମଧ୍ୟରେ ଥିବା ମନୁଷ୍ୟଙ୍କୁ ସୁରକ୍ଷା ଯୋଗାଇବାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ ହୋଇଛି । ଏହି ମିଶନ ଆସନ୍ତା ୨୦୨୬ ପର୍ଯ୍ୟନ୍ତ ଲାଗୁ ହେବାର ଯୋଜନା ରହିଛି । ମିଶନ ଲାଗି ପ୍ରାୟ ୪୦୭୭ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ରସରକାର । ସୂଚନା ଅନୁଯାୟୀ ୨୦୨୪ ସୁଦ୍ଧା ଭାରତର ପ୍ରଥମ ମନୁଷ୍ୟକୃତ ସମୁଦ୍ର ଯାନ ‘ମତ୍ସ୍ୟ ୬୦୦୦’ ଗଭୀର ସମୁଦ୍ରକୁ ଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ଅନନ୍ୟ ମହାସାଗର ମିଶନ ଆରମ୍ଭ ହେବା ପରେ ଭାରତ ରୁଷ୍, ଆମେରିକା, ଜାପାନ, ଫ୍ରାନ୍ସ ଏବଂ ଚୀନ ଭଳି ଦେଶର କ୍ଳବରେ ସାମିଲ ହୋଇପାରିବ । ୨.୧ ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ଯାନ ସମୁଦ୍ର ମଧ୍ୟରେ ୧୨ ଘଣ୍ଟା ଯାତ୍ରା କରିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ