ଢାବାରେ ବେଆଇନ କୋଇଲା ଚୋରା ଚାଲାଣ

 ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଢାବାରେ ବେଆଇନ କୋଇଲା ଚୋରା ଚାଲାଣ । ଜଣଙ୍କୁ ଅଟକ ରଖିଛି ପୋଲିସ । ବଲାଙ୍ଗିର ଜିଲ୍ଲା ବେଳଗାଁ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ନ୍ୟୁଉ ଢ଼ାବାରେ ବେଆଇନ କୋଇଲା ଚୋରା ଚାଲାଣ ଅଭିଯୋଗ ନେଇ ପୋଲିସ ଚଡ଼ାଉ କରିଥିଲା । ଚଡାଉ ସମୟରେ କୋଇଲା ଚୋରାରେ ବିକ୍ରି କରୁଥିବା ଟ୍ରକ ଫେରାର ମାରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ କଳାହାଣ୍ଡି, ବଲାଙ୍ଗିର ଜିଲ୍ଲା ସୀମାନ୍ତ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ନିର୍ମଳ ଜୈନଙ୍କ ନ୍ୟୁଉ ଢ଼ାବା ରହିଛି । କିଛି ଦିନ ହେବ ରାୟପୁରର ସଞ୍ଜୟ ବାଗୱାନି ଉକ୍ତ ଢ଼ାବାରେ ବିଶାଖାପାଟଣାରୁ ଝାରସୁଗୁଡାକୁ ଯାଉଥିବା କୋଇଲା ଟ୍ରକର ଡ୍ରାଇଭରମାନଙ୍କୁ ହାତ କରି କୋଇଲା କିଣି ରଖୁଥିଲେ । ମଙ୍ଗଳବାର ପୂର୍ବାହ୍ନରେ ସଞ୍ଜୟ ନ୍ୟୁଉ ଢାବାଠାରେ ରାୟପୁର ଅଞ୍ଚଳର ଏକ ଟ୍ରକ କୋଇଲା ବିକ୍ରି କରୁଥିବା ବେଳେ ଟ୍ରକ ମାଲିକ ସାଗର ଶର୍ମା ପହଁଚିଥିଲେ ।

ଏହାକୁ ନେଇ ଚୋରା ଚାଲାଣକାରୀ ଓ ଟ୍ରକ ମାଲିକ ମଧ୍ୟରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଟ୍ରକକୁ ନେଇ ଡ୍ରାଇଭର ଫେରାର ମାରିଥିଲା । ହେଲେ କୋଇଲା ଚୋରା ଚାଲାଣ କରୁଥିବା ସଞ୍ଜୟ ବାଗୱାନିଙ୍କୁ ବେଳଗାଁ ଫାଣ୍ଡିରେ ଅଟକ ରଖି ପରାଉଚରା କରୁଛି । ଅନ୍ୟପଟେ ନ୍ୟୁଉ ଢ଼ାବାର ମାଲିକ ନିର୍ମଳ ଜୈନ କୋଇଲା କାରବାରରେ କୋଣସି ସମ୍ପୃକ୍ତ ନ ଥିବା କହିଛନ୍ତି । ତେବେ ବେଳଗାଁ ଫାଣ୍ଡି ସୀମାନ୍ତ ଅଞ୍ଚଳରେ ରହିଥିବା ବେଳେ ଫାଣ୍ଡିରେ କୋଣସି ଆଧିକାରୀ ନାହାନ୍ତି । ଯେଉଁଥି ପାଇଁ ବେଳଗାଁ ଅଞ୍ଚଳରେ ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସଇଁତଳା ଥାନା ଅଧିକାରୀ ଅବନୀ ସାହୁଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ତେବେ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ