Masthead

ହଟିବ ବ୍ରିଟିଶ ଅମଳର IPC ଏବଂ CRPC

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଶୁକ୍ରବାର ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ ଦେଶଦ୍ରୋହ ଆଇନ ରଦ୍ଦ ହେବାକୁ ଯାଉଛି। ଏ ସମ୍ପର୍କରେ ସରକାର ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଗତ କିଛି ଦଶନ୍ଧି ଧରି ଚାଲିଆସୁଥିବା ଏହି ଆଇନକୁ ନେଇ ଅନେକ ବିବାଦ ଲାଗି ରହିଥିଲା, ଅନେକ ବିରୋଧୀ ଦଳ ଏହାକୁ ରଦ୍ଦ କରିବାକୁ ଦାବି କରିଥିଲେ ଏବଂ ଏହାର ଅପବ୍ୟବହାର ଅଭିଯୋଗ କରିଥିଲେ। ଏହା ସହିତ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଭାରତୀୟ ଜଷ୍ଟିସ କୋଡ(ଆଇପିସି) ଏବଂ ଭାରତୀୟ ସିଭିଲ ପ୍ରୋଟେକ୍ସନ କୋଡ(ସିଆରପିସି)କୁ ବଦଳାଇବାକୁ ବିଲ ଉପସ୍ଥାପନା କରିଛନ୍ତି। ଅମିତ ଶାହ କହିଥିଲେ ଯେ, ଆଜି ଲୋକସଭାରେ ମୁଁ ତିନୋଟି ବିଧେୟକ ନେଇ ଆସିଛି । ଯାହା ଭାରତରେ ଦଣ୍ଡ ବିଧାନ ପ୍ରକ୍ରିୟା, କ୍ରିମିନାଲ ଜଷ୍ଟିସ୍ ବ୍ୟବସ୍ଥାକୁ ସୁଧାରିବ ।

ପୂର୍ବରୁ ଥିବା ଭାରତୀୟ ନ୍ୟାୟ ସଂହିତା ଯାହା ୧୮୬୦ ପ୍ରସ୍ତୁତ ହୋଇଥିଲା, ଦ୍ୱିତୀୟ ହେଉଛି କ୍ରିମିନାଲ ପ୍ରୋସିଜିଅର କୋଡ ଯାହା ୧୮୯୮ରେ ପ୍ରସ୍ତୁତ ହୋଇଥିଲା । ଏବଂ ତୃତୀୟ ହେଉଛି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଯାହା ୧୮୭୨ ବ୍ରିଟିଶ ସଂସଦରେ ପାସ୍ ହୋଇଥିଲା । ଏହି ତିନି ଆଇନ୍‌କୁ ଶେଷ କରିବା ପାଇଁ ତିନି ନୂଆ ବିଧେୟକ ଉପସ୍ଥାପନ କରୁଛି । ଏହା ସହିତ ଗୃହମନ୍ତ୍ରୀ କହିଥିଲେ ଯେ, ଏବେ ଭାରତୀୟ ଦଣ୍ଡ ସଂହିତା ବଦଳରେ ଭାରତୀୟ ନ୍ୟାୟ ସଂହିତା ହେବ ଏବଂ ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ହେବ । ସେହିଭଳି ଏଭିଡେନ୍ସ ଆକ୍ଟ ନାମ ପରିବର୍ତ୍ତନ କରି ଭାରତୀୟ ସାକ୍ଷ୍ୟ ଅଧିନିୟମ କରାଯିବ ଏବଂ ରାଜଦ୍ରୋହ ଆଇନକୁ ଶେଷ କରିବାକୁ ପ୍ରସ୍ତାବ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା