ବିଦ୍ୟୁତ ସମସ୍ୟାକୁ ନେଇ ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ

ରାଜକନିକା(ବଡ଼ ଖବର ବ୍ୟୁରୋ): ବିଦ୍ୟୁତ ସମସ୍ୟାକୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଛନ୍ତି ଛାତ୍ରଛାତ୍ରୀ । ରାଜକନିକା ଏସଏନ ମହାବିଦ୍ୟାଳୟରେ ବିଦ୍ୟୁତ ସମସ୍ୟାକୁ ନେଇ ଆଜି ଛାତ୍ରଛାତ୍ରୀ ରାଜକନିକା ଟାଟା ପାୱାର ଅଧୀନରେ ଥିବା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରିଥିବା ଦେଖିବାକୁ ମିଳିଛି ।

ଦୀର୍ଘ ପନ୍ଦର ଦିନ ହେବ ଏଭଳି ବିଦ୍ୟୁତ ସମସ୍ୟା ଯୋଗୁଁ ଅନ୍ଧାରରେ ମହାବିଦ୍ୟାଳୟର ମହାରାଣୀ ଲକ୍ଷ୍ମୀବାୟୀ ଛାତ୍ରୀ ନିବାସର ଛାତ୍ରୀ ମାନେ । ବିଜ୍ଞାନ ବିଭାଗର ପ୍ରାଟିକାଲ ବନ୍ଦ । ମହାବିଦ୍ୟାଳୟରେ ବ୍ୟବହୃତ କମ୍ପ୍ୟୁଟର ବନ୍ଦ । ଅସହ୍ୟ ଗରମରେ ବୁଲୁନି ଫ୍ୟାନ ।

ଏମିତି ଅନେକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏନେଇ କର୍ଣ୍ଣପାତ କରୁ ନାହାଁନ୍ତି ବିଦ୍ୟୁତ ବିଭାଗ ଅଧିକାରୀ । ଭଙ୍ଗା ଖୁଣ୍ଟ ଓ ଛିଣ୍ଡା ତାରରେ ବିଦ୍ୟୁତ ସେବା ଯୋଗାଇ ମାତ୍ରାଧିକ ଵିଲ କଲେକ୍ସନ କରୁଥିବା ଟାଟା ପାୱାର ବିରୁଧରେ ତେଜିଚି ଛାତ୍ର ଆନ୍ଦୋଳନ । ଦାବି ପୂରଣ ନହେଲେ ବିଦ୍ୟୁତ କାର‌୍ୟ୍ୟାଳୟ ଆଗରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’