Masthead

ଚୈତନ୍ୟ ଉଦୟ ହେଲା ବନ ବିଭାଗର

ନୂଆଗାଁ (ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଧୀରେ ଧୀରେ ପଦା ହେବାକୁ ବସିଲାଣି । ବନ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ହାତଗୁଞ୍ଜା ଦେଇ କାଠ ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର କାଠ ବିକ୍ରି କରୁଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ କାଠ ଚୋରି ବଢ଼ିବାକୁ ଲାଗିଛି । ଏନେଇ ପୂର୍ବରୁ ମଧ୍ୟ ଖବର ପ୍ରସାରିତ ହୋଇଛି । ତେବେ ଖବର ପ୍ରସାରଣ ହେବା ପରେ ଚେତିଛି ବନ ବିଭାଗ । ଶନିବାର ମହିତ୍ତମା ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଖାଲମଡ଼ା ଗାଁରେ ଚଢ଼ଉ କରି ୪ଗୋଟି ଶାଳ ଲଗ, ୨ଗୋଟି ଶିଶିର ଲଗ, ୬ଗୋଟି ଶାଗୁଆନ ପଟା ଓ ୯ଗୋଟି ଶାଳପଟା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ବୋଲି ସୂଚନା ଦେଇଛନ୍ତି ଫରେଷ୍ଟର ରାକେଶ କୁମାର ସାହୁ ।

ମହିପୁର ବନଖଣ୍ଡରେ ଥିବା ଜଙ୍ଗଲରୁ କାଠ ଚୋରି ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏନେଇ ଫରେଷ୍ଟ ଗାର୍ଡ ବିଜୟ କୁମାର ସାହୁ କହିଛନ୍ତି, ବଡ଼ ଏରିଆ ହୋଇଥିବାରୁ ଏକା ଜଗିବା ସମ୍ଭବ ହୋଇପାରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା