Masthead

ସାମ୍ବାଦିକଙ୍କୁ ପ୍ରଶଂସା

କାକଟପୁର, (ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୨ବର୍ଷ ହେବ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ନୟାଗଡ଼ ଜିଲ୍ଲା ବରପାଲିି ଗାଁର ‘ସାଧୁ ଦିଜବାବା’ ରହିଆସୁଥିଲେ । ଭିକ୍ଷାବୃତ୍ତି କରି ଯାହା ରୋଜଗାର କରନ୍ତି ସେତିକିରେ ଚଳନ୍ତି ସାଧୁବାବା । କରୋନା ମହାମାରୀ ଲାଗି ସାଧୁବାବାଙ୍କ ଖାଇବା ଅସୁବିଧା ହେଲା । ବୟସାଧିକ କାରଣରୁ ଶାରୀରିକ ଅକ୍ଷମ ମଧ୍ୟ ହୋଇପଡ଼ିଛନ୍ତି ବାବା । ଦୀର୍ଘଦିନ ହେବ ରୋଗାଗ୍ରସ୍ତ ସାଧୁବାବା ପୋଷ୍ଟ ଅଫିସ ପାଖରେ ପଡ଼ି ରହିଥିଲେ ।

ଦୁଇମାସ ହେବ ସାଧୁବାବାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରେ ଲାଗିଛି । କେହି ତାଙ୍କର ସେବା କରୁନଥିଲେ । ଏହି ଖବର ପାଇବା ପରେ କାକଟପୁର ପ୍ରେସ କ୍ଳବର ସଦସ୍ୟମାନେ ସାଧୁବାବାଙ୍କୁ ଉଦ୍ଧାର କରି ତାଙ୍କ ଗାଁରେ ପହଞ୍ଚାଇଛନ୍ତି । ସାମ୍ବାଦିକଙ୍କୁ ଏଭଳି ଜନମଙ୍ଗଳ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା