Masthead

ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

କୋକସରା(ବଡ଼ ଖବର ବ୍ୟୁରୋ) କେନାଲ ନାହିଁ । ବର୍ଷା ଉପରେ ନିର୍ଭର କରିବାକୁ ପଡୁଛି । ଭଲ ବର୍ଷା ହେଲେ ଫସଲ ଭଲ ହୁଏ, ନହେଲେ ନାହିଁ । ଏବେ ଧାନ ଅମଳ ସମୟରେ ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା। ଏ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ୍ ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତର ସରଧାପୁର ଗ୍ରାମରେ। ଧାନକ୍ଷେତକୁ ଏକ ନୂତନ ଧରଣର ରୋଗ ବିପିଏଚ୍ ଧରିଛି । କେଣ୍ଡାର ଧାନକୁ ଲାଲ କରିବା ସହ ଧାନକୁ ସଂପୂର୍ଣ୍ଣ ଫମ୍ପା କରିଦେଉଛି । ଏଭଳି ବହୁ ବହୁ ଚାଷୀ ଅଭିଯୋଗ କରିବା ପରେ କୃଷି କର୍ମଚାରୀ ଭକ୍ତ ମାଝି ଧାନକ୍ଷେତ ପରିଦର୍ଶନ କରିଥିଲେ । ନିରାକରଣ ପାଇଁ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଥିଲେ । ଚାଷୀଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣାଇବେ ବୋଲି କୃଷି କର୍ମଚାରୀ ଭକ୍ତ ମାଝି ପ୍ରତିଶ୍ରୁତି ଦେଇଛନ୍ତି । ଚାଷୀ ଧର୍ମୁ ସିଂହ, କିଶୋର ସିଂହ, ଭକଚନ ସଂହ, ଶ୍ୟାମ ଲାଲ ପ୍ରମୁଖଙ୍କ ସହ କୃଷି କର୍ମଚାରୀ ଭକ୍ତ ମାଝି ଆଲୋଚନା ମଧ୍ୟ କରିଛନ୍ତି ।

ଚାଷୀମାନେ ସରକାର ଓ ବିଭିନ୍ନ ମାଲିକମାନଙ୍କ ଠାରୁ ଋଣ କରି ଚାଷ କରିଥିବା କହିଛନ୍ତି । ବର୍ତ୍ତମାନ ପୋକ ଲାଗି ୫୦ ପ୍ରତିଶତ ନଷ୍ଟ ହୋଇଗଲାଣି । ଏବେ ଘରିଛି ଚାଷୀଙ୍କୁ ଋଣ ପରିଶୋଧ ଚିନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ